Latest Odisha News

BREAKING NEWS

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ତିନିଟି ଟ୍ୱିଟ୍ କରି ଡିଲିଟ୍ କରିବା ଘଟଣା ସତ ନା ମିଛ?

ଭୁବନେଶ୍ୱର : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟୁନାହିଁ । ସେ ମାନସିକ ଚାପରେ ରହୁଥିବାରୁ ଛଅ ମାସ ହେଲା ଚିକିତ୍ସାରେ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଅନ୍ୟ କେହି କହୁଛନ୍ତି ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋଷଣର ଶିକାର ହେଉଥିଲେ ତେଣୁ ଆତ୍ମହତ୍ୟାର ବାଟ ବାଛିନେଲେ ।

ସୁଶାନ୍ତଙ୍କ କିଛି ସାଙ୍ଗ ସୋସିଆଲ ମିଡିଆରେ ଜଷ୍ଟିସ୍ ଫର୍ ସୁଶାନ୍ତ ସିଂହ ରାଜପୁତ ନାଁରେ ହାସଟ୍ୟାଗ୍ ଦେଉଛନ୍ତି । ଏଥି ସହ ସୁଶାନ୍ତ ୧୪ ତାରିଖ ଭୋରରୁ କରିଥିବା କିଛି ଟ୍ୱିଟ୍ ଯାହା ପରେ ସେ ଡିଲିଟ୍ କରିଦେଇଥିବା କୁହାଯାଉଛି ତାହା ଭାଇରାଲ ହୋଇଛି । ତାଙ୍କର କିଛି ଫଲୋଅର କହୁଛନ୍ତି ତାଙ୍କ ମୃତ୍ୟୁ କିଛି ଘଣ୍ଟା ପୂର୍ବରୁ ସୁଶାନ୍ତ ଏମିତି କିଛି ପୋଷ୍ଟ କରିଥିଲେ ଓ ସେମାନେ ତାର ସ୍କ୍ରିନ ସଟ୍ ରଖିଥିବା କହିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସୁଶାନ୍ତଙ୍କର ଏହି ଟ୍ୱିଟ୍ ଗୁଡିକ ମିଥ୍ୟା ବୋଲି ଜଣାପଡିଛି ।

ପ୍ରଥମ ଟ୍ୱିଟରେ ଲେଖାଯାଇଛି ଯେ, ‘ଆମ ପୁରୁଷମାନଙ୍କୁ ଆମ ମାନସିକ ସ୍ଥିତି, ବିଚାରଧାରା, ଜୀବନ ବିଷୟରେ ପଚରାଯାଏ ନାହିଁ । ଆମକୁ ସେପରି ବ୍ୟବହାର କରାଯାଏ ନାହିଁ । ମୁଁ ଏହି ସବୁ ଦେଇ ଗତି କରି ଥକି ସାରିଲିଣି । ଆପଣଙ୍କ ସହ ଏକ ଲମ୍ବା ଯାତ୍ରା ରହିଛି । ମୁଁ ଜାଣିନି ମୁଁ କାହିଁକି ଏହି ଟ୍ୱିଟ୍ କରୁଛି ।’

ଦ୍ୱିତୀୟ ଟ୍ୱିଟରେ ଲେଖା ହୋଇଛି, ‘ମୋ ଜୀବନରେ ମୁଁ ବହୁତ ଲଢି ସାରିଲିଣି । ଏହି ଟ୍ୱିଟ୍‌ଗୁଡିକୁ କିଛି ସମୟ ଭିତରେ ମୁଁ ଡିଲିଟ୍ କରିଦେବି । ଫଳରେ ଆପଣମାନଙ୍କ ଭିତରୁ ଖୁବ୍ ଜଣ ଜାଣିବେ ଯେ ମୁଁ ମିଡୋକର ସଫଳତାରେ ବିରକ୍ତ ହୋଇସାରିଲିଣି । ମତେ ଆଉ ଖ୍ୟାତି ଦରକାର ନାହିଁ । ଏହା ବେଶ୍ ଶାନ୍ତି ଦାୟକ ହେବ କିନ୍ତଚୁ ସାମ୍ନ କରିବା ଯନ୍ତ୍ରଣା ଦାୟକ ।

ଶେଷ ଟ୍ୱିଟ୍‌ରେ ସୁଶାନ୍ତ ଲେଖିଛନ୍ତି ଯେ, ‘ମୁଁ ଭଲ ପାଇଁ ଏସବୁ କିଛି ଶେଷ କରୁଛି । ଦୂରକୁ ଗଲେ ବି ମୁଁ ଆପଣମାନଙ୍କ ସହ ରହିବି । ଏହା ପରେ ଲୋକମାନେ ପରସ୍ପର ସହ କଥା ହେବା ଆରମ୍ଭ କରିବେ । ପୁଣି ଥରେ ଦୁନିଆର ଆଉ ଗୋଟେ ପାଶ୍ୱର୍ରେ ଦେଖାହେବ । ବିଦାୟ ।’
ସୂଚନାଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ରବିବାର ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ସୋମବାର ତାଙ୍କର ଶେଷକୃତ୍ୟ କରାଯାଇଛି ।

Leave A Reply

Your email address will not be published.