Latest Odisha News

BREAKING NEWS

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ: ଅଧିକ ତଦନ୍ତ ଦାବି କରି ଟ୍ୱିଟ୍ କଲେ ଓଡ଼ିଶାର ଏହି ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁର ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଅଧିକ ତଦନ୍ତ ଦାବି କରିଛନ୍ତି ।

୧୯୯୮ ବ୍ୟାଚର ଏହି ଆଇପିଏସ ଅଧିକାରୀ ଟ୍ୱିଟ୍ କରି ମଙ୍ଗଳବାର ଦିନ କହିଛନ୍ତି, “ମୁଁ ଦୃଢ ନିଶ୍ଚିତ ଯେ, ସେ ଏହା କେବେବି କରି ନଥିବେ । ସେ ସବୁବେଳେ ମଧ୍ୟ କିଛି କିଛି ଲେଖୁଥିଲେ, ସେ କାହିଁକି ଏବାବଦରେ କିଛି ଲେଖିଲେନି…ସକାଳେ ଜୁସ୍ ପିଇଥିଲେ…ଏହା ଅବିଶ୍ୱସନୀୟ…ଅଧିକ ତଦନ୍ତ ହେଉ ।”

ଶ୍ରୀ ଠାକୁର ଯିଏକି ସୁଶାନ୍ତଙ୍କର ଜଣେ ନିକଟତମ ସମ୍ପର୍କୀୟ, ତାଙ୍କ ବାହାଘରରେ ମଧ୍ୟ ପିଲାଟି ବେଳେ ସୁଶାନ୍ତ ଯୋଗ ଦେଇଥିଲେ ।

ସେହିପରି ଭାବେ ସୋମବାର ଦିନ, ଅନ୍ୟ ଜଣେ ଓଡ଼ିଶା କ୍ୟାଡ଼ରର ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ଟ୍ୱିଟକୁ କାଉଣ୍ଟର୍ କରିଛନ୍ତି । ରାଜଦୀପ ତାଙ୍କ ଟ୍ୱିଟରେ ପ୍ରଶ୍ନ କରିଥିଲେ ଯେ, ଏହି ଘଟଣାର ଅଧିକ ତଦନ୍ତ କ’ଣ ପାଇଁ? ଶ୍ରୀ ବୋଥ୍ରା ରାଜଦୀପଙ୍କ ପ୍ରଶ୍ନର ଉତ୍ତର ଦେଇ ଲେଖିଛନ୍ତି ଯେ, ପ୍ରତ୍ୟେକ ଅପମୃତ୍ୟୁ ଲାଗି ଭାରତୀୟ ପିଙ୍ଗଳ କୋର୍ଡ଼ ୧୭୪ ଧାରା ଅନୁଯାୟୀ ତଦନ୍ତ ବାଧ୍ୟତାମୂଳକ ରହିଛି । ଏହି ମୃତ୍ୟୁରେ ଆଇନ୍ ତା’ର ନିଜ ଦାୟିତ୍ୱ ନିର୍ବାହ କରୁଛି ବୋଲି ଟ୍ୱିଟ୍ କରିଛନ୍ତି ଶ୍ରୀ ବୋଥ୍ରା ।

ରବିବାର ସକାଳେ ସୁଶାନ୍ତଙ୍କର ମୁମ୍ବାଇସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା ।

Leave A Reply

Your email address will not be published.