Latest Odisha News

ସୁଶାନ୍ତଙ୍କ ଫିଲ୍ମ ଦେଖି ଆତ୍ମହତ୍ୟା କଲେ ନାବାଳିକା

ଭିଲାଇ: ବଲିଉଡର ଲୋକପ୍ରିୟ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କର ଅନେକ ଫ୍ୟାନଙ୍କ ଦ୍ୱାରା ଆତ୍ମହତ୍ୟା ଖବର ଲଗାତାର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରୁ ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତାଙ୍କ ପ୍ରଶଂସକ ମାନେ ଆତ୍ମହତ୍ୟା କରିଥିବା ବେଳେ ଏହିଭଳି ଆଉ ଏକ ଖବର ମଧ୍ୟ ସମ୍ନାକୁ ଆସିଛି । ଛତିଶଗଡ଼ ଭିଲାଇର ଜଣେ ୧୩ ବର୍ଷୀୟ ଛାତ୍ରୀ ସୁଶାନ୍ତଙ୍କ ଚଳଚ୍ଚିତ୍ର ଦେଖି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁଯାଇ, ଆତ୍ମହତ୍ୟା କରିଥିବା ଝିଅର ନାମ ଜେ.ଏଂଜଲା । ସେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ । ଆତ୍ମହତ୍ୟାର ଠିକ୍ ପୂର୍ବରୁ ସେ ସୁଶାନ୍ତଙ୍କ ଫିଲ୍ମ ଛିଛୋରେ ଦେଖିଥିଲେ । ଘଟଣା ଦିନ ଏଂଜଲାଙ୍କର ଆଉ ଦୁଇ ଭାଇଭଉଣୀ ଓ ମାଆ ମାମୁଘରକୁ ଯାଇଥିଲେ । ଘରେ ଏକାଥିବା ବେଳେ ଏଂଜଲା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଏଏନଆଇ ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ଏହି ନାବାଳିକା ଜଣଙ୍କ ସୁଇସାଇଡ୍ ନୋଟ୍ ମଧ୍ୟ ଲେଖିଛନ୍ତି । ଯେଉଁଥିରେ ଲେଖାଅଛି, ସୁଶାନ୍ତ ଦୁନିଆ ଛାଡିକି ଯିବା ପରଠୁ ତାଙ୍କୁ ଭଲ ଲାଗୁନାହିଁ। ସେଥିପାଇଁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଲେଖା ଅଛି।
ତେବେ ଭିଲାଇ ନଗର ପୋଲିସ ଏ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ଏଂଜଲା ଟିଭି ସାମ୍ନାରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ବାପା ପ୍ରଥମେ ସେ ଝୁଲୁଥିବାର ଦେଖି ଦୌଡ଼ି ଯାଇ ରାଶି କାଟି ତାଙ୍କୁ ହସ୍ପିଟାଲ ନେଇଥିଲେ । ତେବେ ଡାକ୍ତରଙ୍କ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.