Latest Odisha News

BREAKING NEWS

ସୁଶାନ୍ତଙ୍କ ବାପା କହିଲେ ପୁଅକୁ ବିଷ ଦେଉଥିଲେ ରିୟା

ପାଟନା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫ ଦାବି କରିଛନ୍ତି ସୁଶାନ୍ତଙ୍କ ବାପା କେ. କେ. ସିଂ । ସେ କହିଛନ୍ତି ରିୟା ତାଙ୍କ ପୁଅକୁ ବହୁ ଦିନରୁ ବିଷ ଦେଇ ଆସୁଥିଲା । ସେ ହିଁ ସୁଶାନ୍ତର ହତ୍ୟାକାରୀ । ରିୟା ଓ ତାଙ୍କ ସହଯୋଗୀଙ୍କୁ ସିବିଆଇ ଗିରଫ କରୁ ବୋଲି ଦାବି କରିଛନ୍ତି ସୁଶାନ୍ତଙ୍କ ବାପା ।

ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୃତି ସୋସିଆଲ୍ ମିଡିଆରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଶୀଘ୍ର ସେମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ ଶ୍ୱେତା ।

ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ହ୍ୱାଟସ ଆପ୍ ଟାର୍ଟ ଚର୍ଚ୍ଚା ପରେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଇ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ପରିବାର ଲୋକ । ପୂର୍ବରୁ ରିୟାଙ୍କ ନାଁରେ ହତ୍ୟା ଷଡ଼ଯନ୍ତ୍ର, ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରିଥିଲେ କେ. କେ. ସିଂ ।

Leave A Reply

Your email address will not be published.