Latest Odisha News

BREAKING NEWS

୯୦ ହଜାର ପାର କଲା ରାଜ୍ୟରେ କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୩, ୩୮୪ ପଜିଟିଭ୍

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୮ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହୋଇଛି । ସେହି ଅନୁସାରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩ ହଜାର ୩୮୪ ଜଣ । କ୍ୱାରେଣ୍ଟାଇନରୁ ୨ ହଜାର ୧୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧, ୨୫୬ଟି ।

ଗଞ୍ଜାମ ଜିଲ୍ଲାରେ କମୁଛି ସଂକ୍ରମଣ । ଖୋର୍ଦ୍ଧାରେ ମାଡ଼ି ଚାଲିଛି ଭାଇରସ୍ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୭ ନୂଆ ଆକ୍ରାନ୍ତ । କିନ୍ତୁ ଖୋର୍ଦ୍ଧାରୁ ବାହାରିଛି ୫୮୭ ପଜିଟିଭ କେସ୍ । କଟକରୁ ୪୯୨ ଜଣ ସଂକ୍ରମିତ ହୋଇଛନ୍ତି ।

ଗଞ୍ଜାମ, ଖୋର୍ଦ୍ଧା, କଟକ ସମେତ ଗତ ୨୪ ଘଣ୍ଟା ଭିତରେ ୧୦ ଜିଲ୍ଲାରୁ ଶହେରୁ ଅଧିକ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର କରିଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ ।

ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସଂଖ୍ୟା ବଢ଼ିଛି । ଯେତେ ଅଧିକ ନମୁନା ପରୀକ୍ଷା ହେଉଛି ସେହି ଅନୁପାତରେ ପଜିଟିଭ୍ କେସ୍ ସାମନାକୁ ଆସୁଛି । ଗତକାଲି ୩ ହଜାର ୩୭୧ ନୂଆ ଆକ୍ରାନ୍ତ ବାହାରିଥିଲେ ।

Leave A Reply

Your email address will not be published.