Latest Odisha News

BREAKING NEWS

ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ

କଟକ: ଅଷ୍ଟ୍ରେଲିଆ-ଏ ବିପକ୍ଷ ଆଗାମୀ ବହୁଦିବସୀୟ ମ୍ୟାଚ୍ ପାଇଁ ଘୋଷିତ ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆ-ଏ ଦଳ ଭାରତ ଗସ୍ତରେ ଆସୁଥିବା ବେଳେ ୨୮ ବର୍ଷୀୟା ଅଫ୍-ସ୍ପିନର ସୁଶ୍ରୀ ୧୫ ଜଣିଆ ଦଳରେ ସାମିଲ ହୋଇଛନ୍ତି । ୱିକେଟକିପର-ବ୍ୟାଟର ୟାସ୍ତିକା ଭାଟିଆ ଏହି ଦଳର ନେତୃତ୍ୱ ନେବେ । ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର‌୍ୟ୍ୟନ୍ତ ଧର୍ମଶାଳାର ଏଚପିସିଏ  ଷ୍ଟାଡିୟମରେ ଏହି ଚାରିଦିନିଆ ମ୍ୟାଚ୍ ଖେଳାଯିବ। ଏହି ବହୁଦିବସୀୟ ମ୍ୟାଚ୍ ପୂର୍ବରୁ ୩ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ । ଟି-୨୦ ଦଳର ଅଧିନାୟକ ଭାବେ ଅନୁଷ୍କାଙ୍କୁ ମନୋନୀତ କରାଯାଇଥିବା ବେଳେ ୟାସ୍ତିକା ଦିନିକିଆ ଦଳର ମଧ୍ୟ ନେତୃତ୍ୱ ନେବେ ।

ସୁଶ୍ରୀଙ୍କ କ୍ୟାରିୟର: ୨୮ ବର୍ଷୀୟା ସୁଶ୍ରୀ ଦିବ୍ୟଦର୍ଶିନୀ ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ ନିୟମିତ ଏବଂ ଅଭିଜ୍ଞ ଖେଳାଳି । ସେ ନିଜର ଚମତ୍କାର ଅଫ୍-ସ୍ପିନ୍ ବୋଲିଂ ସହ ନିମ୍ନକ୍ରମରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଯୋଗଦାନ ପାଇଁ ଜଣାଶୁଣା ।  ଘରୋଇ କ୍ରିକେଟ୍ ଏବଂ ଚ୍ୟାଲେଞ୍ଜର ଟ୍ରଫିରେ ସ୍ଥିର ପ୍ରଦର୍ଶନ ତାଙ୍କୁ ଜାତୀୟ ଚୟନକର୍ତ୍ତାଙ୍କ ନଜରକୁ ଆଣିବାରେ ସାହାଯ୍ୟ କରିଛି ।

Leave A Reply

Your email address will not be published.