Latest Odisha News

BREAKING NEWS

ସଂସଦରୁ ନିଲମ୍ବିତ ହୋଇଥିବା ସାଂସଦ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ଖାଇଲେ ଚିକେନ୍ !

ନୂଆଦିଲ୍ଲୀ: ସଂସଦରେ ବିକ୍ଷୋଭ ପ୍ରଦର୍ଶନ କରି ନିଲମ୍ବିତ ହୋଇଥିବା ସାଂସଦ ସଂସଦ ପରିସରରେ ଖିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କୁକୁଡ଼ା ମାଂସ ଖାଉଥିବାର ନଜରକୁ ଆସିଛି । ଏହାକୁ ନେଇ ନିଲମ୍ବିତ ସାଂସଦଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଶେହଜାଦ ପୁନାଓ୍ୱାଲା ।

ସଂସଦରୁ ନିଲମ୍ବନକୁ ନେଇ ବିରୋଧୀ ଦଳଗୁଡ଼ିକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବୁଧବାର ତୃଣମୂଳ କଂଗ୍ରେସ ପକ୍ଷରୁ ରାତ୍ରିଭୋଜନର ଆୟୋଜନ କରାଯାଇଥିଲା । ଯେଉଁଥିରେ ରୁଟି, ଡାଲି, ପନିର, ଚିକେନ୍ ତନ୍ଦୁରୀ ଆଦି ଖାଦ୍ୟ ଥାଳିରେ ପରସା ଯାଇଥିଲା।

ଏହାର ପ୍ରତିକ୍ରିୟାରେ ଶେହଜାଦ ପୁନାଓ୍ୱାଲା କହିଛନ୍ତି, “ମିଡିଆ ରିପୋର୍ଟ ଅନୁଯାୟୀ, ସଂସଦରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ବିରୋଧ ପ୍ରଦର୍ଶନ କରୁଥିବା କିଛି ନିଲମ୍ବିତ ସାଂସଦ ‘ତନ୍ଦୁରୀ ଚିକେନ୍’ ଖାଇଥିଲେ। ସମସ୍ତେ ଜାଣନ୍ତି ଯେ ଗାନ୍ଧୀ ପଶୁହତ୍ୟା ଉପରେ ଦୃଢ଼ ବିରୋଧ କରୁଥିଲେ। ତେଣୁ ଏହା ପ୍ରତିବାଦ ନା ପ୍ରହସନ ନା ବଣଭୋଜି ବୋଲି ଅନେକ ପ୍ରଶ୍ନ କରୁଛନ୍ତି ।

ସଂସଦରୁ ନିଲମ୍ବନକୁ ନେଇ ବିରୋଧୀ ଦଳ ସାଂସଦମାନେ 50 ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବୁଧବାର ପୂର୍ବାହ୍ନ 11ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଶୁକ୍ରବାର ଦିନ 1ଟା ଯାଏ ଚାଲିବ। ବିରୋଧୀ ଦଳମାନେ ଏକାଠି ହୋଇ ବିକ୍ଷୋଭ କରିବା ସହ ପ୍ରତ୍ୟେକ ଦଳ ଧାରଣାରେ ବସିଥିବା ଲୋକଙ୍କ ପାଇଁ ଖାଦ୍ୟପେୟ ସମେତ ବିଭିନ୍ନ ବ୍ୟବସ୍ଥା କରିବାର ଦାୟିତ୍ୱ ନେଇଛନ୍ତି।

ଇତିମଧ୍ୟରେ ଗୁରୁବାର ବିରୋଧୀ ଦଳ ନିଜର ନୂଆ ପ୍ରତିବାଦ ସ୍ଥଳ ଭାବେ ସଂସଦର ପ୍ରବେଶ ପଥକୁ ବାଛିଛନ୍ତି। ମଶା ଓ ଖରାକୁ ଖାତିର ନକରି ସିପିଆଇର ସନ୍ତୋଷ କୁମାର ଓ ଆପ୍ ନେତା ସଞ୍ଜୟ ସିଂହଙ୍କ ସମେତ ପାଞ୍ଚ ଜଣ ନିଲମ୍ବିତ ସାଂସଦ ସଂସଦ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ରାତ୍ରି ଯାପନ କରିଥିଲେ। ମଧ୍ୟରାତ୍ରି ଯାଏ ଟିଏମସିର ଡୋଲା ସେନ ଓ ସାନ୍ତନୁ ସେନ ଉପସ୍ଥିତ ଥିଲେ। ସରକାର ଟେଣ୍ଟ ପାଇଁ ଅନୁମତି ନଦେବାରୁ ପାଞ୍ଚ ଜଣ ସାଂସଦ ଖୋଲା ଆକାଶ ତଳେ ଶୋଇଥିଲେ।

Leave A Reply

Your email address will not be published.