Latest Odisha News

BREAKING NEWS

ରାଜସ୍ଥାନରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

ଜୟପୁର: ବାୟୁସେନାର ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ବାୟୁସେନା ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏଥିରେ ଥିବା ଦୁଇ ପାଇଲଟ ନିହତ ହୋଇଥିବା ଭାରତୟୀ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଘଟଣାସ୍ଥଳରୁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ବିମାନର ଅବଶେଷ ପଡ଼ିଛି । ଯେଉଁଥିରୁ ଦୁର୍ଘଟଣାର ମାତ୍ରା ଅଧିକ ଥିବା କୁହାଯାଉଛି । ତାଲିମ ଉଦ୍ଦେଶ୍ୟରେ ବିମାନଟି ଉଡାଣ କରୁଥିବା ବେଳେ ଦୁର୍ଘଟଣା ହୋଇଛି । ତେବେ ବାୟୁସେନା ଏହି ଦୁର୍ଘଟଣାର କୋର୍ଟ ଅଫ୍ ଇନକ୍ବାରୀ କରିବାକୁ ଘୋଷଣା କରିଛି ।

Leave A Reply

Your email address will not be published.