Latest Odisha News

BREAKING NEWS

ଅଶାନ୍ତ ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇ ପାରିବ ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୦ଟି ବିଚାର…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ହେଉଛନ୍ତିି ଆଧୁନିକ ମାନବ ତଥା ଯୁବ ସମାଜର ଆଦର୍ଶ ପ୍ରତିନିଧି। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସେମାନଙ୍କୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ। ତେଣୁ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ।

ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।

ଆଜି ବିଶ୍ୱ ଅଶାନ୍ତ ହୋଇ ଉଠିଥିବା ବେଳେ ସ୍ୱାମୀ ବିବେକାନନ୍ଦଙ୍କ ବିଚାର ସମଗ୍ର ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇ ପାରିବ।

ଆସନ୍ତୁ ଜାଣିବା ସ୍ୱାମୀ ବିବେକାନନ୍ଦଙ୍କ କିଛି ବିଚାର ଯାହା ଆପଣଙ୍କ ମନରେ ପ୍ରେରଣା ଭରିଦେବ ।

ସବୁବେଳେ ମନେରଖ, ତୁମ ପାଇଁ କିମ୍ବା ତୁମ ଆତ୍ମା ପାଇଁ କିଛି ବି ଅସମ୍ଭବ ନୁହେଁ ।

ଉଠ, ଜାଗ୍ରତ ହୁଅ ଏବଂ ସେ ପର୍ଯ୍ୟନ୍ତ ବିଶ୍ରାମ ନିଅନି ଯେଉଁ ପର୍ଯ୍ୟନ୍ତ ଲକ୍ଷ୍ୟ ପ୍ରାପ୍ତି ନହୋଇଛି ।

ବିଶ୍ୱ ଏକ ବ୍ୟାୟାମଶାଳା ଯେଉଁଠିକି ଆମେ ନିଜକୁ ମଜଭୁତ କରିବା ପାଇଁ ଆସିଛନ୍ତି ।

ଯଦି ତୁମର ନିଜ ଉପରେ ଭରସା ନାହିଁ ତେବେ ତୁମେ ସବୁଠାରୁ ବଡ ନାସ୍ତିକ ।

ଯେଉଁ ଦିନ ତୁମ ସାମ୍ନାରେ କିଛି ସମସ୍ୟା ଆସିବନି ଜାଣିରଖ ଯେ ତୁମେ ଭୁଲ୍ ମାର୍ଗରେ ଯାଉଛ ।

ସବୁଠାରୁ ବଡ ଧର୍ମ ହେଉଛି ନିଜ ସ୍ୱଭାବ ପ୍ରତି ସଚ୍ଚୋଟ ହେବା ।

ଯେଉଁ ଅଗ୍ନି ଆମକୁ ଉତ୍ତାପ ଦେଉଛି ସେହି ଅଗ୍ନି ଆମକୁ ନଷ୍ଟ ମଧ୍ୟ କରିପାରେ । କିନ୍ତୁ ଏହା ଅଗ୍ନିର ଦୋଷ ନୁହେଁ ।

ବାହାର ଦୁନିଆ ବିଲକୁଲ ସେହିଭଳି ଯେଉଁଭଳି ଆମେ ଏହାକୁ ମନ ଭିତରୁ ଦେଖୁଛନ୍ତି । ଆମେ ବିଚାର ହିଁ ଦୁନିଆକୁ ସୁନ୍ଦର କିମ୍ବା ଅସୁନ୍ଦର ଦର୍ଶାଇବ।

ସତ୍ୟ ପାଇଁ ସବୁକିଛି ଛାଡିଦେବା ଉଚିତ୍ କିନ୍ତୁ କାହା ପାଇଁ ସତ୍ୟକୁ ଛାଡିବା ଉଚିତ୍ ନୁହେଁ ।

ସବୁବେଳେ ଏହା ମନରଖ, ସମସ୍ତ ଘଟଣା ପଛରେ ନିଶ୍ଚୟ କିଛି କାରଣ ରହିଥାଏ । ବିନା କାରଣରେ ବୃକ୍ଷରେ ପତ୍ର ମଧ୍ୟ ହଲିନଥାଏ ।

Leave A Reply

Your email address will not be published.