Latest Odisha News

BREAKING NEWS

ଜାତୀୟ ଯୁବ ଦିବସ ଅବସରରେ ଯାଜପୁରରେ ରାଜ୍ୟସ୍ତରୀୟ ମିନି ମାରାଥନ

ଯାଜପୁର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ତିଥି। ଦେଶବ୍ୟାପୀ ଏହାକୁ ଯୁବ ଦିବସ ରୂପେ ପାଳନ କରାଯାଏ । ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି ଏହାକୁ ‘ଜାତୀୟ ଯୁବ ଦିବସ’ ଭାବରେ ପାଳନ କରାଯାଇଥାଏ ।

ଏହି ଅବସରରେ ଯାଜପୁରରେ ରାଜ୍ୟ ସ୍ତରୀୟ ମିନି ମାରାଥନର ଆୟୋଜନ କରାଯାଇଛି ।

ଯାଜପୁରର ମାଳାନ୍ଦପୁରରୁ ଆରମ୍ଭ କରି ବାଳାଶ୍ରମ ପଡିଆ ପର୍ଯ୍ୟନ୍ତ ମିନି ମାରଥନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହାର ନାମ ରଖା ଯାଇଛି ‘ରନ ଫର ଯାଜପୁର’ ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ମାରାଥନକୁ ଉଦଘାଟନ କରିଛନ୍ତି । ଏହି ମାରାଥନର୍ ମୁଖ୍ୟ ଲକ୍ଷ୍ୟ ହେଉଛି ଯୁବଗୋଷ୍ଠୀଙ୍କ ମଧ୍ୟରେ ଏକତା ସୃଷ୍ଟ କରିବା ବୋଲି ବିଧାୟକ କହିଛନ୍ତି । ପାଖାପାଖି ୨୦୦୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ମାରାଥନରେ ଭାଗ ନେଇଛନ୍ତି।

Leave A Reply

Your email address will not be published.