Latest Odisha News

BREAKING NEWS

ଅଡୁଆରେ ରାମସେତୁ ଫିଲ୍ମ, ମେକର୍ସଙ୍କୁ ଲିଗାଲ ନୋଟିସ ପଠାଇଲେ ସୁବ୍ରମଣ୍ୟମ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମସେତୁ ଏବେ ଅଡୁଆରେ ପଡିଛି । ଫିଲ୍ମ ଭୁଲ ତଥ୍ୟ ପ୍ରଦାନ କରିବା ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମେକର୍ସଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଗତ ମାସରେ ଏ ନେଇ ସେ ମେକର୍ସଙ୍କୁ ଚେତାବନୀ ଦେଇଥିଲେ । ଅକ୍ଷୟ କୁମାରଙ୍କ ସମେତ ସେ ୮ଜଣଙ୍କୁ ନିଜ ଓକିଲ ସତ୍ୟ ସଭରୱାଲଙ୍କ ମାଧ୍ୟମରେ ନୋଟିସ ପଠାଇଛନ୍ତି । ପୂର୍ବରୁ ରାମସେତୁର ପୋଷ୍ଟରକୁ ନେଇ ଅକ୍ଷୟ ଏବଂ ମେକର୍ସ ଟ୍ରୋଲ ହୋଇଥିଲେ । ଅକ୍ଷୟ ଏହି ଫଟୋରେ ଏକ ଗୁମ୍ପା ସଦୃଶ ସ୍ଥାନରେ ଛିଡା ହୋଇଛନ୍ତି ।

ତାଙ୍କ ହାତରେ ମଶାଲ ଥିବା ବେଳେ ଜ୍ୟାକଲିନଙ୍କ ହାତରେ ଟର୍ଚ୍ଚ ରହିଥିଲା । ଫିଲ୍ମରେ ଅକ୍ଷୟ ଏକ ଆର୍କିୟୋଲୋଜିଷ୍ଟ ଭୂମିକା କରୁଛନ୍ତି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ନିର୍ମିତ ହୋଇଥିବା ରାମସେତୁର ପ୍ରକୃତ ସତ୍ୟ କଣ ତାହା ସେ ଏହି ଫିଲ୍ମ ମାଧ୍ୟମରେ ଦର୍ଶାଇବାକୁ ଚାହିଁଛନ୍ତି । ୨୪ ଅକ୍ଟୋବରରେ ଫିଲ୍ମ ରିଲିଜ ହେବ । ବିକ୍ରମ ମାଲହୋତ୍ରା ଏହାର ପ୍ରଡ୍ୟୁସର ଥିବା ବେଳେ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶକ ଅଛନ୍ତି ।

Leave A Reply

Your email address will not be published.