Latest Odisha News

BREAKING NEWS

ଭାରତ-ପାକିସ୍ତାନ ଟକ୍ମର: ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆରମ୍ଭ ହୋଇଛି  ଭାରତ-ପାକିସ୍ତାନ ଟି-20 ଟକ୍ମର ।  ଦୁବାଇରେ ଚାଲିଛି କ୍ରିକେଟ ଲଢ଼େଇ । ଟସ ଜିତି ଭାରତୀୟ ଅଧିନାୟକ  ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିର ମ୍ୟାଚରେ  ରୋହିତ ଶର୍ମା, କେ.ଏଲ୍ ରାହୁଲ, ବିରାଟ କୋହଲି,  ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ( ଉଇକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର,ଆଭେଶ ଖାନ,  ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ଖେଳୁଛନ୍ତି । ଋଷଭ ପନ୍ଥ ଆଜି ଖେଳୁନାହାଁନ୍ତି । ଅର୍ଶଦୀପଙ୍କୁ ତୃତୀୟ ଫାଷ୍ଟ ବୋଲର ଭାବେ ନେଇଛନ୍ତି ରୋହିତ ଶର୍ମା ।

ପାକିସ୍ତାନ ପକ୍ଷରୁ ବାବର ଆଜାମ , ମହମ୍ମଦ ରିଜୱାନ , ଫଖର ଜମାନ,   ଇଫ୍ଟିଖର ଅହମ୍ମଦ, ଖୁସଦିଲ ଶାହା, ଆସିଫ ଅଲି, ଶାଦବ ଖାନ, ମହମ୍ମଦ ନୱାଜ, ନାସିମ ଶାହା, ହରିସ ରାଉଫ, ଶାହନାୱାଜ ଡହାନି ଖେଳୁଛନ୍ତି ।

ଦୁଇ ଦେଶର କୋଟି କୋଟି କ୍ରିକେଟ୍‌ପ୍ରେମୀ ଏହି ମ୍ୟାଚ ଦେଖୁଛନ୍ତି। ଭାରତ ପୂର୍ବ ପରାଜୟର ପ୍ରତିଶୋ‌ଧ ନେବା ପାଇର୍ ଅପେକ୍ଷା କରିଛି । ଏସିଆ କପ୍‌ର ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬ଥର ଏବଂ ପାକିସ୍ତାନ ୨ ଥର ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ ଟାଇ ରହିବା ପରେ ଭାରତ ‘ବୋଲ୍ ଆଉଟ୍‌’ରେ ବିଜୟୀ ହୋଇଥିଲା। ଏଣୁ ଭାରତ ମୋଟ ୯ ମ୍ୟାଚ୍‌ରୁ ୭ ମ୍ୟାଚ୍ ଜିତି ଢେର ଆଗରେ ଅଛି।

ଗତବର୍ଷ  ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଅନ୍ତର୍ଗତ  ମ୍ୟାଚ୍‌ରେ ପାକିସ୍ତାନ ୧୦ ୱିକେଟ୍‌ର ଭାରତକୁ ହରାଇଥିଲା।
ଆଜି ମଧ୍ୟ ସେହି ଦୁବାଇ ସ୍ପୋର୍ଟ କ୍ଲବ୍ ପଡ଼ିଆରେ ଖେଳାଯାଉଛି ମ୍ୟାଚ୍ ।

ଯଶପ୍ରୀତ ବୁମ୍‌ରା ଓ ସାହିନ ସାହା ଆଫ୍ରିଦି ଆଜିର ମ୍ୟାଚରେ ଖେଳୁନାହାଁନ୍ତି ।  ବିରାଟ କୋହଲି ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

Leave A Reply

Your email address will not be published.