Latest Odisha News

BREAKING NEWS

ପ୍ରି ୱେଡିଂ ଫଟୋସୁଟ: କୋବ୍ରା ସହ ପୋଜ୍ ଦେଲେ ଯୁବକଯୁବତୀ

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ ଗୁରୁତ୍ୱ ଦିଆଯାଉଛି । କିଏ ଖେଳ ପଡ଼ିଆ ବା ପାହାଡ଼,ପାର୍କରେ ଫଟୋ ସୁଟ୍ କରୁଥିବାବେଳେ ଆଉ କିଏ ଅଟୋରିକ୍ସାରେ ବି ଫଟୋ ସୁଟ୍ କରୁଛନ୍ତି । ଏବେ ଏକ କୋବ୍ରା ସହ ଯୁବକଯୁବତୀଙ୍କ ପ୍ରି-ୱେଡ଼ିଂ ଫଟୋ ସୁଟ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସାଧାରଣତଃ ପ୍ରି ୱେଡ଼ିଂ ଫଟୋ ସୁଟ୍ ସମୁଦ୍ରକୂଳ,ପାହାଡ଼ ବା ପାର୍କରେ କରାଯାଇଥାଏ । କିନ୍ତୁ ଏବେ ଲୋକେ ନିଆରା କରିବାକୁ ଉଦ୍ୟମ କରୁଛନ୍ତି । ନିକଟରେ ଏକ ପ୍ରେମୀଯୁଗଳଙ୍କ ପ୍ରିୱେଡ଼ିଂ ଫଟୋ ସୁଟ୍‌ର ଫଟୋ ଭାଇରାଲ ହେବାରେ ଲାଗିଛି । କାରଣ ସେମାନେ ଦୁନିଆର ସବୁଠାରୁ ବିଷାକ୍ତ ସାପ କୋବ୍ରା ସହିତ ଫଟୋସୁଟ୍ କରୁଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଘରର ପଛ ପଟକୁ ଯାଉଛନ୍ତି । ସେଠାରେ ଏକ ବିଷାକ୍ତ ସାପ ଦେଖୁଛନ୍ତି । ଯୁବତୀ ଜଣକ ସଙ୍ଗେ ସଙ୍ଗେ ସ୍ନେକ୍ସ ହେଲପ୍ ଲାଇନକୁ ଫୋନ କରୁଛନ୍ତି । ପରେ ଜଣେ ଯୁବକ ଏକ ବାକ୍ସ ସହ ସ୍କୁଟିରେ ଆସି ପହଞ୍ଚୁଛନ୍ତି । ପରେ ସେ ହିରୋଙ୍କ ପରି ଏକ ବାଡ଼ି ସାହାଯ୍ୟରେ ସାପକୁ ଧରିବାରେ ସକ୍ଷମ ହେଉଛନ୍ତି ଓ ତାଙ୍କୁ ବାକ୍ସରେ ପୂରାଇ ସ୍କୁଟିରେ ଚାଲିଯାଉଛନ୍ତି । ଏହି ସମୟରେ ଯୁବତୀ ଜଣକ ଏମିତି ପ୍ରତିକ୍ରିୟା ଦେଖାଉଛନ୍ତି ଯେପରି ସେ ଉକ୍ତ ଯୁବକ ପ୍ରତି ଆକୃଷ୍ଟ ହୋଇଛନ୍ତିି । ଯିବା ବେଳେ ଯୁବକ ଜଣକ କଲ କରିବାକୁ କହି ସ୍କୁଟିରେ ଚାଲିଯାଉଛନ୍ତି । ଶେଷ ଫଟୋରେ, ଉଭୟ ବଗିଚାରେ ହାତ ଧରି ଯାଉଥିବା ବେଳେ ସାପ ସେମାନଙ୍କୁ ପଛରୁ ଚାହିଁ ରହିଛି ।

ଏହି ଫଟୋକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ଏପରି ବିଷାକ୍ତ ସାପ ସହ ପ୍ରିୱେଡ଼ିଂ ଫଟୋସୁଟ୍ କରିବା ଠିକ୍ ନୁହେଁ ବୋଲି ମତ ଦେଇଥିବା ବେଳେ ଆଉ କିଛି ଲୋକ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି କୋବ୍ରା ନେ ବନା ଦି ଯୋଡ଼ି ।

Leave A Reply

Your email address will not be published.