Latest Odisha News

BREAKING NEWS

ପୁରୀ ଗସ୍ତରେ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାର ବିଶାଖାଶ୍ରୀ ଶାରଦା ପୀଠମର ଉତ୍ତରାଧିକାରୀ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍ ପୁରୀ ଗସ୍ତରେ ଆସିଛନ୍ତି।

କୋଭିଡ-୧୯ କଟକଣା ସମୟରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ସେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ ବାହାରୁ ପତିତପାବନଙ୍କ ଦର୍ଶନ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ସେ ରାଜ୍ୟ ସରକାରଙ୍କ ଅତିଥି ହୋଇଥିବାରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ନେଇଥିବାରୁ ମହାପ୍ରଭୁଙ୍କ ନିକଟରେ କରୋନା ମୁକ୍ତ ସମାଜ ପାଇଁ ସେ ପ୍ରାର୍ଥନା କରିଛନ୍ତି।

ଆହୁରି ମଧ୍ୟ ଭବିଷ୍ୟତରେ ସେ ପୁନର୍ବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି କହିଛନ୍ତି।

 

Leave A Reply

Your email address will not be published.