Latest Odisha News

BREAKING NEWS

୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିଲା

ଷ୍ଟକହୋମ: ଦୀର୍ଘ ୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିବା ସହ ଅଭିଯୁକ୍ତ ନାମ ପ୍ରକାଶ ପାଇଛି । ଜଣେ ଗ୍ରାଫିକ ଡାଜାଇନର ଭାବେ କାମ କରୁଥିବା ଷ୍ଟିଟ ଇଙ୍ଗଷ୍ଟର୍ମ ପାମେଙ୍କୁ ଗୁଳି କରିଥିଲେ । ଇଙ୍ଗଷ୍ଟର୍ମଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇଯାଇଥିବାରୁ ତାଙ୍କ ବିରୋଧରେ ତଦନ୍ତ ହେବା ଦରକାର ନାହିଁ ବୋଲି ତଦନ୍ତକାରୀ ଅଧିକାରୀ କ୍ରିଷ୍ଟର ପିଟରସନ କହିଛନ୍ତି ।

୧୯୮୬ରେ ସ୍ତ୍ରୀ ଓ ପିଲାଙ୍କ ସହ ଫିଲ୍ମ ଦେଖି ଫେରୁଥିବା ବେଳେ ପାମେଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ୨ ଥର ପ୍ରଧାନମନ୍ତ୍ରୀ ହୋଇଥିବା ପାମେଙ୍କ ହତ୍ୟା ପରେ ସୁରକ୍ଷାବାହିନୀଙ୍କୁ ସ୍ୱିଡେନବାସୀ ସମ୍ପୂର୍ଣ୍ଣ ଭାବେ ଦାୟୀ କରି ଆସୁଥିଲେ

Leave A Reply

Your email address will not be published.