Latest Odisha News

BREAKING NEWS

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ କଲେ ପୁଲିସ ଅଫିସର। ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି। ମନ୍ତ୍ରୀଙ୍କ ଛାତି ତଳକୁ ୨-୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି।

ମିଳିଥିବା ଖବର ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୁଲିସ କର୍ମୀ ଗୁଳି କରିଛନ୍ତି। ASI ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ସୂଚନା ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ସୂଚନା ଦେଇଛନ୍ତି। ଗୋପାଳ ଗାନ୍ଧୀ ଛକ ପୁଲିସ ଆଉଟପୋଷ୍ଟରେ କାର୍ଯ୍ୟ କରନ୍ତି ବୋଲି ଏସ୍‌ଡିପିଓ କହିଛନ୍ତି। ଗୋପାଳ ଗୁଳିମାଡ କରିବା ପରେ କିଛି ଲୋକ ତାଙ୍କୁ ଧରି ପକାଇଥିଲେ ବୋଲି ସୂଚନା ମିଳିିଛି।

ଆଜି ନବ ଦାସ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗାନ୍ଧୀ ଛକ ନିକଟକୁ ଆସିଥିଲେ। ସେ ଗାଡ଼ିରୁ ଓହ୍ଲାଇବା ପରେ ଏଏସ୍‌ଆଇ ଗୋପାଳ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ ସେ କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ଗୁଳି କଲେ ତାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏନେଇ ତାଙ୍କୁ ପଚରାଉଚରା ଜାରି ରହିଛି। ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବା କୁହାଯାଉଛି।

ଏହି ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବିଜେଡି କର୍ମୀମାନେ ଘଟଣାକୁ ବିରୋଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।

ସୂଚନ ଥାଉକି ୨୦୧୪ ଫେବ୍ରୁଆରୀ ୨୧ ତାରିଖରେ ତତ୍‌କାଳୀନ ବିଜେଡି ଆଇନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପରେ ଗୁଳିମାଡ କରାଯାଇଥିଲା। ତାଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ବାଜିଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଇଥିଲେ।

Leave A Reply

Your email address will not be published.