Latest Odisha News

କେମିତି ଜାଣିବେ ବ୍ରେନ୍ ଟ୍ୟୁମରର ଲକ୍ଷଣ?

ବ୍ରେନ୍ ଟ୍ୟୁମର୍ ବା ବ୍ରେନ୍ କ୍ୟାନସର ହେଉଛି ଏକ ଗୁରୁତର ଘାତକ ରୋଗ । ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସାମାନ୍ୟ ଅସାବଧାନତା କିମ୍ବା ମାନସିକ ଅସୁସ୍ଥତା ସମେତ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ତେବେ ବ୍ରେନ୍ ଟ୍ୟୁମର୍ର ପ୍ରାରମ୍ଭିକ ଲକ୍ଷଣ ଅନେକ ରହିଛି, ଯାହାକୁ କି ଗମ୍ଭୀରତାର ସହ ନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହା ଯେକୌଣସି ବୟସରେ ମଧ୍ୟ ବ୍ୟକ୍ତିକୁ ଆକ୍ରାନ୍ତ କରିପାରେ । ମାତ୍ର ଏହାର ସବୁଠାରୁ ବଡ଼ ସମସ୍ୟା ହେଉଛି ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ହୋଇନପାରିଲେ ବେଳକୁ ବେଳ ମରଣାନ୍ତକ ପରିସ୍ଥିତି ସୃଷ୍ଟି କରିଥାଏ । ତେଣୁ ସଠିକ୍ ସମୟରେ ଏହି ରୋଗ ସମ୍ପର୍କରେ ଜାଣି ରୋଗୀକୁ ମୃତ୍ୟୁମୁଖରୁ ବ୍ୟାପି ଯାଇପାରିବ ।

ମସ୍ତିଷ୍କ ଶରୀରର ଯେତିକି ଗୁରୁତ୍ୱପୂର୍ଣ୍ଣ ଅଂଶ ସେତିକି ଦୁର୍ବଳ ମଧ୍ୟ । ସାମାନ୍ୟ ଆଘାତରେ ମଧ୍ୟ ଯନ୍ତ୍ରଣା ସୃଷ୍ଟି ହୁଏ । ବ୍ୟକ୍ତିର ମସ୍ତିଷ୍କରେ ଲକ୍ଷ ଲକ୍ଷ ମସ୍ତିଷ୍କ କୋଷ ରହିଛି । ଯଦି କୌଣସି ବି କାରଣରୁ ମସ୍ତିଷ୍କର କୋଷଗୁଡ଼ିକ ବିଗିଡ଼ିଯାଏ ଏହି କୋଷ ନଷ୍ଟ ହୋଇଯାଏ । ଯାହାଦ୍ୱାରା ମସ୍ତିଷ୍କ କାମ କରିବାରେ ବାଧକ ସୃଷ୍ଟି ହୁଏ । ଅନିୟନ୍ତ୍ରିତ କୋଷଗୁଡ଼ିକ ଆଖପାଖରେ ଦ୍ରୁତ ଗତିରେ ବ୍ୟାପିଯିବା ସହ କ୍ୟାନସରର ରୂପ ଧାରଣ କରିନିଅନ୍ତି । ମସ୍ତିଷ୍କରେ ଏହି ପରିବର୍ତ୍ତନ ଆସିବା ଯୋଗୁଁ ଶରୀରରେ ଅନେକ ସଙ୍କେତ ମିଳିଥାଏ । ଯାହାକୁ କି ଜାଣିବା ବହୁତ ଜରୁରୀ ।

ବ୍ରେନ ଟ୍ୟୁମରର ଲକ୍ଷଣ
– ଶରୀରରେ ଅଚାନକ କୌଣସି ପ୍ରକାର ପରିବର୍ତ୍ତନ ଦେଖାଦେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍ ।
– ନିୟମିତ ମୁଣ୍ଡ ବ୍ୟଥା ହେବା, ସକାଳୁ ହିଁ ମୁଣ୍ଡବ୍ୟଥା ହେବା ଭଳି ଅନୁଭବ କରିବା ଆଦି ବ୍ରେନ୍ ଟ୍ୟୁମର୍ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
– ମୁଣ୍ଡ ବ୍ୟଥା ସହ୍ୟ ନକରିପାରିବା, କୌଣସି ଜାଗାର ବାତାବରଣରେ ପରିବର୍ତ୍ତନ ଆସିବା କାରଣରୁ ମୁଣ୍ଡବ୍ୟଥା ସହ ବାନ୍ତି ଲାଗିବା ମଧ୍ୟ ଏହାର ଲକ୍ଷଣ ଅଟେ ।

– ଟ୍ୟୁମର୍ ହେଲେ ଦୃଷ୍ଟିଶକ୍ତିରେ ମଧ୍ୟ ସମସ୍ୟା ସୃଷ୍ଟି ହୁଏ । ଭିଟାମିନ୍ର ଅଭାବ କିମ୍ବା କମ୍ପ୍ୟୁଟରରେ ନିୟମିତ କାମ କରିବା ଦ୍ୱାରା ଦୃଷ୍ଟିଶକ୍ତି କମ୍ ହୋଇଯାଏ । ଏସବୁ ପରେ ମଧ୍ୟ ଯଦି ଝାପ୍ସା ଦେଖାଯାଏ କିମ୍ବା କୌଣସି ଜିନିଷର ରଙ୍ଗ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୁଏ ତେବେ ଏହା ବ୍ରେନ୍ ଟ୍ୟୁମର୍ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ।
– କଥା ହେବା ସମୟରେ ହଠାତ୍ ଅସୁବିଧା ଲାଗିବା କିମ୍ବା କୌଣସି ଜିନିଷକୁ ଭୁଲିଯିବା ଆଦି ଟ୍ୟୁମର୍ର ସଙ୍କେତ ଅଟେ ।


– ବ୍ୟକ୍ତିକୁ ବ୍ରେନ୍ ଟ୍ୟୁମର୍ ହେଲେ ଶୁଣିବାରେ ମଧ୍ୟ ସମସ୍ୟା ହୁଏ । ଯେଉଁ ବ୍ୟକ୍ତିଙ୍କ ମସ୍ତିଷ୍କରେ ଟେପୋରଲ୍ ଲୋବ୍ ଟ୍ୟୁମର୍ ହୋଇଥାଏ ତାଙ୍କୁ ଶ୍ରବଣ ଶକ୍ତିର ଦୁର୍ବଳତା ଅଧିକ ଥାଏ ।
– ଏହି ରୋଗ ହେଲେ ବ୍ୟକ୍ତିର ବୁଝିବା ଶକ୍ତି ଓ ବୁଝେଇବା କ୍ଷମତାରେ ମଧ୍ୟ ପ୍ରଭାବ ପଡ଼େ ।

Leave A Reply

Your email address will not be published.