Latest Odisha News

BREAKING NEWS

ଓଡିଶା ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲା: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୌର ନିର୍ବାଚନରେ ଆସନ ସଂରକ୍ଷଣ ମାମଲାରେ ସର୍ବୋଚ୍ଚ ଅଦାଲତ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ କାୟମ ରଖିଛନ୍ତି ।

ସୂଚନା ଅନୁଯାୟୀ ଏହି ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ବିଚାରପତି ୟୁ ୟୁ ଲଳିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିଛନ୍ତି ।

ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତି ସମୟରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ରାୟ ଦେଇଥିଲେ । ମାତ୍ର ରାଜ୍ୟସରକାର ହାଇକୋର୍ଟର ନିଷ୍ପତ୍ତିକୁ ଚାଲେଞ୍ଜ କରି ଏହି ମାମଲାରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ତେବେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ହାଇକୋର୍ଟର ରାୟକୁ କାଏମ ରଖିଛନ୍ତି ।

Leave A Reply

Your email address will not be published.