Latest Odisha News

BREAKING NEWS

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍ ମହାସମର । ଏହାପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୪ । ଟି-୨୦ ବିଶ୍ୱକପ ଜୁନ ୧ ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ।ଏହି ଅବସରରେ  ଦଳ ଘୋଷଣା କରିଥିବା ପ୍ରଥମ ଦେଶ ହେଉଛି ନ୍ୟୁଜିଲାଣ୍ଡ ।କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିବ। ତେବେ ଆଜି ର ତାରିଖରେ ଭାରତୀୟ ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଏଥି ସହିତ ଭାରତୀୟ ଦଳ ଜୁନ ୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଜାତୀୟ ଚୟନକର୍ତ୍ତାମାନେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଭାରତୀୟ ଦଳ ଘୋଷଣା କରିବେ ।

ମିଡିଆ ରିପୋର୍ଟ ଅନୁଯାୟୀ ରିଷଭ ପନ୍ତଙ୍କୁ ପୁଣିଥରେ ଭାରତୀୟ ଦଳର ଉପ-ଅଧିନାୟକ କରାଯିବାର ସମ୍ଭାବନା ରହିଛି  । ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଆହତ ହେବା ପୂର୍ବରୁ ପନ୍ତ ଭାରତୀୟ ଦଳର ଉପ-ଅଧିନାୟକ ଥିଲେ। ଟି-୨୦ ବିଶ୍ୱକପ ପାଇଁ ୱିକେଟ କିପର ଭାବରେ ପନ୍ତ ପସନ୍ଦ ବୋଲି ବିଶ୍ୱାସ କରାଯାଏ।ସେହିଭଳି ଏହି ଦୌଡରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଛନ୍ତି । ଗତ ବର୍ଷ ଦିନିକିଆ ବିଶ୍ୱକପରେ ହାର୍ଦ୍ଦିକ ଉପ-ଅଧିନାୟକ ଥିଲେ ଏବଂ ଫାଷ୍ଟ ବୋଲିଂ ତାଙ୍କ ପାଇଁ ଲାଭଦାୟକ ଥିଲା ଏବଂ ହାର୍ଦ୍ଦିକଙ୍କୁ ବିଶ୍ୱକପ ଦଳରେ ଅନ୍ତର୍ଭୁକ୍ତ କରାଯିବ ବୋଲି ନିଶ୍ଚିତ ହୋଇଛି। ତେବେ ସେ ଉପ-ଅଧିନାୟକ ହେବେ କି ନାହିଁ ତାହା ଉପରେ ଆଲୋଚନା ଚାଲିଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ସମ୍ଭାବ୍ୟ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଯଶସ୍ବୀ ଜୟସ୍ବାଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ରିଙ୍କୁ ସିଂ, ରବିନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ,  ମହମ୍ମଦ ସିରାଜ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ଶିବମ ଦୁବେ ,ସଞ୍ଜୁ ସାମସନ  ।

 

Leave A Reply

Your email address will not be published.