Latest Odisha News

ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ପାର୍ଥୀପତ୍ର ଦାଖଲ ପୂର୍ବରୁ ସେ ପ୍ରଥମେ ମା’ ତାରାତାରିଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଭି.କେ. ପାଣ୍ଡିଆନ, ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱର ଫେରିଛନ୍ତି ।

ସୂଚନା ଥାଉକି, ୨୦୦୦ ମସିହାରୁ ଲଗାତାର ଭାବେ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷଷ୍ଠଥର ପାଇଁ ହିଞ୍ଜିଳିରୁ ନିର୍ବାଚନ ଲଢ଼ୁଛନ୍ତି ନବୀନ ପଟ୍ଟନାୟକ । ଆସିକା ଲୋକସଭା ଆସନ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଆସନ୍ତା ୨୦ ତାରିଖରେ ମତଦାନ ହେବ । ସେଥିପାଇଁ ଏବେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

 

Leave A Reply

Your email address will not be published.