Latest Odisha News

BREAKING NEWS

ଅବସର ନେବେ ଡାକ୍ତର ନିରଞ୍ଜନ ମିଶ୍ର, ଏବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇବେ ଡାକ୍ତର ବିଜୟ କୁମାର

ଭୁବନେଶ୍ଵର: ଅବସର ନେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ଡାକ୍ତର ବିଜୟ କୁମାର ମହାପାତ୍ର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ତୁଲାଇବେ ।

ଡାକ୍ତର ମିଶ୍ର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ ପରେ ନିର୍ଦ୍ଦେଶାଳୟରେ ଅନେକ ଗଠନମୂଳକ କାର୍ଯ୍ୟ କରିଥିଲେ । ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ବାରମ୍ବାର ସମ୍ମାନ ଓ ପୁରସ୍କାର ପାଇଥିଲା । କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ମୁଖ୍ୟ ଭୁମିକା ତୁଲାଇଥିଲେ ଡାକ୍ତର ନିରଞ୍ଜନ ମିଶ୍ର ।

Leave A Reply

Your email address will not be published.