Latest Odisha News

BREAKING NEWS

ତାପସୀ ହେବେ କ୍ରିକେଟର !

ମୁମ୍ବାଇ: ଭାରତର ଖ୍ୟାତନାମା ମହିଳା କ୍ରିକେଟର ମିଥାଲୀ ରାଜଙ୍କ ଭୂମିକାରେ ଅଭିନେତ୍ରୀ ତାପସୀ ପାନ୍ନୁ ଅଭିନୟ କରିବେ । ମଙ୍ଗଳବାର ମିଥାଲୀଙ୍କ ଜନ୍ମଦିନ ହୋଇଥିବାରୁ ତାପସୀ ଏହି ଖବର ବିଭିନ୍ନ ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

ଫିଲ୍ମର ନାମ ‘ସାବାସ ମିଠୁ’ ରଖାଯାଇଛି । ଭାରତୀୟ ଦଳର ଅଧିନାୟିକାଙ୍କ ସହ ସେ କେତେକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଫିଲ୍ମ ମାଧ୍ୟମରେ ମିଥାଲୀ କିପରି କଠିନ ପରିଶ୍ରମ କରି ନିଜ ନାମ ସହ ଦେଶକୁ ଗୌରାବନ୍ୱିତ କରିଛନ୍ତି ତାହା ପ୍ରଦର୍ଶିତ ହେବ । ମୋତେ ଏହି ଭୂମିକା ପାଇଁ ବଛା ଯାଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ତାପସୀ କହିଛନ୍ତି ।

ଏହା ପୂର୍ବରୁ ‘ସାଣ୍ଡ କି ଆଁଖ’ରେ ସେ ଜଣେ ଶୁଟର ଭୂମିକା ନିଖୁଣ ଭାବେ ତୁଲାଇଥିଲେ । ପୂର୍ବରୁ ଏହି ଖବର ନେଇ ଆଲୋଚନା ହୋଇଥିଲେ ମଧ୍ୟ ଉଭୟ ଏ ନେଇ ସ୍ପଷ୍ଟ କରି ନ ଥିଲେ । ଫିଲ୍ମ ମାଧ୍ୟମରେ ମିଥାଲୀଙ୍କ ଜୀବନୀର କେତେକ ଅକୁହା କଥା ମଧ୍ୟ କୁହାଯିବ । ତାପସୀ ଏହା ବ୍ୟତୀତ ରଶ୍ମି ରକେଟ ନାମକ ଆଉ ଏକ ବାୟୋପିକ୍ରେ ଅଭିନୟ କରୁଛନ୍ତି । ଗୁଜରାଟ ଆଥଲେଟ ରଶ୍ମିଙ୍କ ଜୀବନୀ ଉପରେ ଏହା ଆଧାରିତ ।

 

 

Leave A Reply

Your email address will not be published.