Latest Odisha News
Browsing Tag

covid vaccine

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । ଏବେ ଦୈନିକ ୩ ଲକ୍ଷ ଟିକା ଦିଆଯାଉଛି । ଏବେ ରାଜ୍ୟ ପାଖରେ ମାତ୍ର ୩ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁତ ଅଛି । ଯାହା ମାତ୍ର ୨ ଦିନରେ ଶେଷ ହୋଇଯିବ । ଆସନ୍ତାକାଲି ପରେ ରାଜ୍ୟରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ ।…

ନୋଭାଭାକ୍ସ ଟିକା ଉତ୍ପାଦନ ଆରମ୍ଭ କଲା ସେରମ୍‌

ନୂଆଦିଲ୍ଲୀ: ନୋଭାଭାକ୍ସର ପ୍ରଥମ ବ୍ୟାଚ୍ କୋଭିଡ୍ ଟିକା ଉତ୍ପାଦନ ଆରମ୍ଭ କରିଛି ସେରମ୍‌। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ନୋଭାଭାକ୍ସ ଟିକା “ଆମର ଆଗାମୀ ପିଢିଙ୍କ ଲାଗି ଅଧିକ ଲାଭଦାୟକ ହୋଇପାରେ। ବିଶେଷ କରି ୧୮ ବର୍ଷରୁ କମ୍…

ଟିକାକରଣ ଲାଗି ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ; କଟକ

କଟକ: କଟକରେ କରୋନା ଟିକାକରଣ ଲାଗି ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। କୋଭିଶିଲ୍ଡ ଟିକା ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଶୁକ୍ରବାର ସନ୍ଧ୍ୟା ୬ ଟାରୁ ଖୋଲା ହେବ ବୋଲି କଟକ ମ୍ୟୁନିସିପାଲ କର୍ପୋରେସନ୍ (ସିଏମସି) ସୂଚନା ଦେଇଛି। ଏହି ସ୍ଲଟ୍‌ ବୁକିଂ ଜୁନ୍ ୧୨ ପାଇଁ ଆରମ୍ଭ…

ପ୍ରଥମ ଡୋଜ କରୋନା ଟିକା ନେବାରେ ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ: ପ୍ରଥମ ଡୋଜ କରୋନା ଟିକା ନେବା‌ରେ ଆମେରିକାକୁ ଟପିଛି ଭାରତ। ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଆମେରିକା ଠାରୁ ଭାରତରେ ଅଧିକ ରହିଛି ବୋଲି ସରକାର ଶୁକ୍ରବାର ଦିନ କହିଛନ୍ତି। ''ତଥ୍ୟ ଅନୁଯାୟୀ ଭାରତରେ ୧୭.୨ କୋଟି ଲୋକ କରୋନା ଟିକାର ପ୍ରଥମ ଡୋଜ…

ଜୁନ୍‌ ମାସରେ ପ୍ରାୟ ୧୨ କୋଟି ଡୋଜ୍‌ ଟିକା ଯୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ: ଜୁନ୍ ମାସରେ ପ୍ରାୟ ୧୨ କୋଟି ଡୋଜ୍ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ରବିବାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଣ ଆବଣ୍ଟନ ଉପଭୋକ୍ତା, ଜନସଂଖ୍ୟା ଏବଂ ଟିକା ଅପଚୟ ଉପରେ…

ଦିଲ୍ଲୀକୁ କରୋନା ଟିକା ଦେବାକୁ ମନା କଲା ଫାଇଜର ଏବଂ ମଡର୍ନା; କେଜ୍ରିୱାଲ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଫାଇଜର ଏବଂ ମଡର୍ନା କୋଭିଡ ଟିକାକୁ ସିଧାସଳଖ ଦିଲ୍ଲୀ ସରକାରଙ୍କୁ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଉଭୟ ଆମେରିକୀୟ ଫାର୍ମାସ୍ୟୁଟିକାଲ୍ ସଂସ୍ଥା ସୂଚନା ଦେଇଛନ୍ତି ଯେ…

ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକାକରଣ ଅନୁମତି ଦେବା ଆବଶ୍ୟକ। ନିକଟରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ପାଇଁ ସରକାର…

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ସର୍ତ୍ତାବଳୀରେ ସଂଶୋଧନକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋଭିଡ୍ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରସ୍ତାବର ସର୍ତ୍ତାବଳୀକୁ ଅନୁମୋଦନ ଦିଆଯାଇଛି । ୧୯ ତାରିଖରେ ଭ୍ୟାକ୍ସିନ୍ ଉତ୍ପାଦନକାରୀ…

କରୋନା କାଳରେ ବି ରୁଷ୍‌ ଯାଇ ନେଇପାରିବେ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ବିଶ୍ବ ପର୍ଯ୍ୟଟନ ଶିଳ୍ପକୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କରୋନା ମଣିଷର ଜୀବନଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ସମ୍ପତି ଭ୍ରମଣ ଅନେକଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହୋଇଯାଇଛି। ତେବେ ଦୁବାଇର ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀରୁ ମସ୍କୋ…

ଦ୍ୱିତୀୟ ଡୋଜ୍ କରୋନା ଟିକା ନେଲେ ବିଗ୍‌ ବି

ନୂଆଦିଲ୍ଲୀ: ୭୮ ବର୍ଷୀୟ ଅମିତାଭ ବଚ୍ଚନ ତାଙ୍କର ଦ୍ୱିତୀୟ ଡୋଜ୍ କରୋନା ଟିକା ଗ୍ରହଣ କରିଛନ୍ତି। ଏ ନେଇ ବିଗ୍‌ ବି ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ରବିବାର ଦିନ ବିଗ୍ ବି ଇନଷ୍ଟାଗ୍ରାମରେ ଟିକାକରଣ କେନ୍ଦ୍ରରୁ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏ ନେଇ ଅମିତାଭ ବଚ୍ଚନ…