୧୫ କିଲୋଗ୍ରାମରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଠାବ
ନୂଆପଡ଼ା: କମ୍ବିଂ ଅପରେସନ୍ ବେଳେ ଲ୍ୟାଣ୍ଡମାଇନ୍ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍ ଠାବ କରାଯାଇଛି।