Latest Odisha News
Browsing Tag

LOCKDOWN 3.0

ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର୍ ଚିରଞ୍ଜିବୀ !

ମାଲକାନଗିରି: ସାରା ଦେଶରେ ଲକ୍‌ଡ଼ାଉନ୍ ନିୟମ ପାଳନ ହେଉଥିବା ବେଳେ ନିରାଶ୍ରୟ ତଥା ଅସହାୟ ବ୍ୟକ୍ତିମାନଙ୍କ ପ୍ରତି ସଦୟ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ପୋଲିସ ବିଭାଗର ଅନେକ କର୍ତ୍ତବ୍ୟରତ କର୍ମଚାରୀ । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଜଣେ…

ଲକ୍‌ଡାଉନ୍ ୩.୦: ଛାତ୍ରଛାତ୍ରୀଙ୍କ ଲାଗି ୟୁଜିସି ପକ୍ଷରୁ ଲଞ୍ଚ୍ ହେଲା ହେଲ୍ପଲାଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ଲାଗି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ସହିତ ଇ-ମେଲ୍ ଆଇଡ଼ି ଲଞ୍ଚ୍ ହୋଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପରୀକ୍ଷା ତଥା ପାଠ୍ୟକ୍ରମ ସମ୍ପର୍କୀତ ଯେକୌଣସି ପ୍ରଶ୍ନ…

ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା; ଦ୍ରୁତଗତିରେ ଚାଲିଛି ରଥନିର୍ମାଣ…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପର୍ବର ପ୍ରାରମ୍ଭିକ ପର୍ବ ବଡ଼ଦାଣ୍ଡର ରଥଖଳାରୁ ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟାରେ ରଥଖଳାରେ ରଥକାଠ ଅନୁକୂଳ ହୋଇ ତିନିରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଥିଲେ ମଧ୍ୟ ସରକାରଙ୍କ ଲକ୍‌ଡ଼ାଉନ୍ ନିୟମକୁ ପାଳନ କରାଯାଇ ବିଳମ୍ବରେ…

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…

ବଡ଼ ଖବର: କଟକରେ ଖୋଲିଲା ଗାର୍ମେଣ୍ଟ୍ ମଲ୍ !

କଟକ: ଓଡ଼ିଶା ସମେତ ସାରା ଭାରତରେ ଜାରି ରହିଛି ଲକ୍‌ଡାଉନ୍ । ଲକ୍‌ଡାଉନ୍ କଟକଣା ଯୋଗୁଁ ଦୀର୍ଘ ଦିନ ବନ୍ଦ ରହିବା ପରେ ଆଜି କଟକରେ ଖୋଲିଛି ଗାର୍ମେଣ୍ଟ୍ ମଲ୍ । ମିଳିଥିବା ସୂଚନାନୁଯାୟୀ, କଟକ ସହରର ବ୍ୟାବସାୟିକ ପେଣ୍ଠସ୍ଥଳ ଭାବେ ପରିଚିତ ବାଦାମବାଡ଼ି, ଦୋଳମୁଣ୍ଡାଇ ନୂଆପାଟଣା ଏବଂ…

ଦେଶର ଅଗମ୍ୟ ଅଞ୍ଚଳରେ ଭାରତୀୟ ଡାକବିଭାଗ ପହଞ୍ଚାଉଛି କୋଭିଡ-19 ନମୁନା ପରୀକ୍ଷା କିଟ୍‌

ନୂଆଦିଲ୍ଲୀ: ଭାରତୀୟ ଡାକବିଭାଗ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ସହ ଏକ ରାଜିନାମା କରିଛି । ଏହି ରାଜିନାମା ବଳରେ ଆଇସିଏମଆରର ୧୬ଟି ଆଞ୍ଚଳିକ ଡିପୋରୁ କୋଭିଡ-୧୯ ନମୁନା ପରୀକ୍ଷଣ ସରଞ୍ଜାମଗୁଡିକୁ…

ବନ୍ଦ ହେବ ମଦ ଦୋକାନ; ଅନଲାଇନ, ହୋମ୍ ଡେଲିଭରି ବିକ୍ରି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଲକ୍‌ଡାଉନ ସମୟରେ ରାଜ୍ୟରେ ସମସ୍ତ ମଦଦୋକାନ ବନ୍ଦ କରିବା ସହିତ ହୋମ୍ ଡେଲିଭରି କିମ୍ବା ଅନଲାଇନ୍ ମାଧ୍ୟମରେ ମଦ ବିକ୍ରି ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମକୋର୍ଟ…

ଭାରିପଡ଼ିଲା ଲକ୍‌ଡାଉନ୍‌ ନିୟମ ଅବମାନନା: ବନ୍ଦ ହେଲା କାରଖାନା

ପାରାଦୀପ: ଲକ୍ ଡାଉନ ନିୟମ କୁ ପାଳନ ନ କରି ବନ୍ଦ ହେଲା କାରଖାନା। ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍। ପାରାଦୀପ କାଲସିନର କାର୍ବନ କାରଖାନାକୁ ସିଲ୍ କରିବା ସହିତ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟ କମ୍ପାନୀ ମାନଙ୍କୁ…

ମେ ୮ରୁ ସର୍ଟଲିଷ୍ଟ୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଆଇଆଇଏମ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୦-୨୨ ନିମନ୍ତେ ପ୍ରବନ୍ଧନରେ ସ୍ନାତକୋତ୍ତର ପାଇଁ ଆବେଦନ କରିଥିବା ପ୍ରତ୍ୟାଶୀଙ୍କ ସଂକ୍ଷିପ୍ତ ସୂଚୀ ମେ ୮ରେ ପ୍ରକାଶ ପାଇବ ବୋଲି ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ପକ୍ଷରୁ ସୂଚନା ମିଳିଛି । କ୍ୟାଟ୍ - ୨୦୧୯ ପରୀକ୍ଷାଫଳ ପ୍ରକାଶିତ ହେବାର ୩ ମାସ ସତ୍ତ୍ୱେ…

ଲକଡ଼ାଉନ-୩ ପ୍ରଭାବ: ବାତିଲ ହେଲା IGNOU ଶେଷବର୍ଷ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର: ପରିବର୍ଦ୍ଧିତ ଲକଡ଼ାଉନକୁ ନଜରରେ ରଖି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ଶେଷବର୍ଷ ପରୀକ୍ଷାକୁ ବାତିଲ କରାଯାଇଥିବା ଭୁବନେଶ୍ୱର IGNOU ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ତ୍ରିପାଠୀ ସୁଚନା ଦେଇଛନ୍ତି । ସଂଶୋଧିତ ତାରିଖର ସୁଚନା ପରୀକ୍ଷାର ପନ୍ଦର ଦିନ ପୁର୍ବରୁ…