Latest Odisha News

BREAKING NEWS

Browsing Tag

Odia Poem

କବିତା : ଅଜଣା ସକାଳ

ଶଶାଙ୍କ ପଣ୍ଡା ଅଜଣା ଘଡ଼ଘଡ଼ିରେ ଭାଙ୍ଗିଗଲା ସୁନେଲି ସପନଟା ସୂର୍ଯ୍ୟୋଦୟର ନଥିଲା ଚିହ୍ନବର୍ଣ୍ଣ ଧୂସର ଧୂସର ଲାଗୁଥିଲା ସମ୍ପୂର୍ଣ ଆକାଶଟା। ବୁଢ଼ା ବରଗଛରେ ଥିଲା ଏକ ଅସହାୟ କୋଇଲି ଅଶ୍ରୁଳ ରାବରେ କାନ ହେଉଥିଲା ସ୍ତବ୍ଧ ଯେମିତି କୋଇଲି ଆଉ ମୁଁ ପରସ୍ପର ଗୋଟେ ଅଜଣା…

କବିତା : ଜୀବନ ଗାଥା

ସନ୍ଧ୍ୟା ଘଡ଼େଇ  ରାତି ରାତି ଉଜାଗରେ କଣ୍ ଲେଖିହୁଏ କବିତା?? ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା, ତୁମକୁ ପଢ଼ିପାରିନି କେବେ ବୁଝିବି କେମିତି?? ତୁମେ କୋଉ ବୁଝିଲ ଯେ ମୋତେ ? ତୁମ ମୋ ସମ୍ପର୍କ ତ ଜୀଇଁ ଥାଉ ଥାଉ ହଠାତ୍ ମରିଗଲା କେବେ। ତୁମ ବ୍ୟସ୍ତତାର କାହାଣୀ ଶୁଣି…

କବିତା : ବାପା

ଦୀପକ ନାୟକ  ସ୍ୱପ୍ନ ଆକାଶର ତାରା ମୁଁ ତାଙ୍କର ସ୍ୱପ୍ନ ରାଇଜର ରାଜା ମୁଁ ତାଙ୍କର ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଇଛନ୍ତି ମତେ ଆହାର ଦୁଖ ସବୁ ଛାତିରେ ଚାପି ଦିଅନ୍ତି ମୋ ମୁହେଁ ହସ ଦୁନିଆରେ ସବୁଠୁ ସୁନ୍ଦର ସେ ସରଳ କୋମଳ ମନ ତାଙ୍କର ମୋ ଚଲା ପଥେ ହାତ ଧରି ଚାଲିଛ ଦୁଃଖୀ…

କବିତା : ଭଙ୍ଗା ଶଗଡ଼

ପିନାକୀ ମିଶ୍ର ଗାଁଦାଣ୍ଡ ରଗଡ଼ାବାଲିରେ ଦିନେ ଗଡୁଥିଲା ଚକ, ଗଡ଼ ଜିଣିବା ଠାଣିରେ ତାମଡ଼ା ବଳଦଙ୍କ ବେକହଲା ଚାଲି, କ୍ଷେତଖମାର, ଲକ୍ଷ୍ମୀଖଳା ଥିରିପବନ, ମୁଣ୍ଡଖରା, କୃଷକଛାତିର ଝାଳ ,ସବୁକୁ ଠୁଳେଇ ଗାଁରେ ଗଦଉଥିଲା ଆହାର, ହସର ଧାରେ ସରୁଗାର ପରବପିଠାର ପୁରିଲାଘର, ପୁଡୁଗଧାନ…

କବିତା : ଚନ୍ଦ୍ରସେଣା

ରମାକାନ୍ତ ନାୟକ ମୁଁ ଚୁପ୍ ଚାପ୍ ଏବେ, ଏଠି ସେଠି ସବୁଠି ମୋ ସଂସାର ଭିତରେ ଅବା ବାହାରେ ସାଇପଡ଼ିଶାଙ୍କ ଟୁପ୍ ଟାପ୍ ଟାହି ଟାପୁରାରେ ଏବେ ତୁମ ଯିବା ଆସିବାକୁ କେହି ନିଘା କରୁନାହିଁ ମୋ ଭଉଣୀ କୁଟିଳା କିମ୍ଵା ମୋ ମାଆ ଜଟିଳା ନୀରବି ଗଲେଣି ମୋ ପରି ସେ ଜାଣିତ ଗଲେଣି ତୁମେ…

କବିତା : ମୁଁ କାଲି ଥିବି କି ନଥିବି

ରଜୀତ ଦାସ କାଲି ହୁଏତ ମୁଁ ନ ଥିବି ତମେ ଥିବ, କିମ୍ବା ତମ ପରେ ଥିବ ଆଉ କିଏ ତା ସହ ଥିବ ଏଇ ସମୁଦ୍ର ଗର୍ଜନ ପକ୍ଷୀଙ୍କର ମଧୁର କୁଜନ। ବହୁ ଥିବ ନଈ ଗାଁ ମୁଣ୍ଡ ପୋଖରୀରେ ଫୁଟୁଥିବ କଇଁ ଗଛ ସାରା ଫୁଟୁଥିବ ଫୁଲ ପବନ ରେ ଖେଳୁଥିବ ତଳମୁଣ୍ଡ ଗାଁ ଧାନ ବିଲ। ମୁଁ ଯେବେ ପିଲା…

କବିତା : କ୍ଷମା

ପ୍ରିୟମ୍ବଦା ସାମଲ ଶ୍ରୀମୁଖକୁ ସତେ ଚାହିଁ ଯେ ପାରୁନି ଲାଜେ ହେଉଅଛି ଘାରି ପତିତ ହୋଇଣ କେତେ ପାପ କରେ ଧୋଇ ଦିଅ ବଂଶୀଧାରୀ। ତୁମେ ଅନ୍ତର୍ଯ୍ୟାମୀ ସର୍ବ ବିଦ୍ୟମାନ ତୁମେ ଦୟାର ସାଗର ପାତକ ମନରେ ଢାଳୁଥାଅ ସଦା ପିୟୁଷର ଦିବ୍ୟଝର। କ୍ରୋଧକୁ ହୃଦୟେ ସ୍ଥାପନ କରିଲେ…

ଅନୁବାଦ କବିତା : ସହର

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା ୧. ସହର ଏଇ ନଗ୍ନ ପାହାଡ଼ର ଶୀର୍ଷରେ ଏକ କାଲଭାରି ସ୍ୱଚ୍ଛ ଜଳଧାରା ଏବଂ ଶହ ଶହ ବର୍ଷର ପୁରୁଣା ଅଲିଭ ଗଛମାନ ଅଣଓସାରିଆ ରାସ୍ତାରେ ମଫଲରରେ ମୁହଁ ଢାଙ୍କିଥିବା ଲୋକ ଏବଂ ମିନାର ଉପରେ ଥିବା ପବନର ଦିଗ ପ୍ରଦର୍ଶକ ନିଶାଣରେ ଘୁରି…

କବିତା : ସବୁଠି ଛଳନା

ସସ୍ମିତା ନାୟକ ଦୀପ ସିନା କୋଳେ ଧରେ ସଳିତା ତେଲକୁ ଅଗ୍ନି ସଂଯୋଗରେ ଜାଳେ ଆପଣା ଜିହାକୁ ।। ସଳିତା ଜାଣିଛି ଆପଣା ଛନ୍ଦରେ ଜଳିବାର କେତେ ସୁଖ ସଳିତା ଜାଣିଛି ଅଧେ ଜଳି ପୁଣି ଅଧାରୁ ଲିଭିବା କେତେ ଯେ ଦୁଃଖ ।। ଦୀପ ବିନା ଏଠି ତେଲ ଯେ ଅଧୁରା ତେଲ ବିନା ନାହିଁ ଦୀପର…

କବିତା : ରୁମାଲ୍

ସତ୍ୟରଞ୍ଜନ ପ୍ରହରାଜ ସବୁଠୁ ବେଶି ଅନ୍ତରଙ୍ଗ ହୁଏ ସେ ଛୁଏଁ ବେକ ଓଠ ଆଖି ଓ କପାଳ ଓଦା କରେ ନିଜକୁ ସାଉଁଟିନିଏ କିଛି ସ୍ୱେଦ ପରି ରକ୍ତ କିଛି ରକ୍ତ ପରି ଲୁହ ଶୁଖିଲା ଓଠ କୋଣେ ଲାଗିଥିବା ଏକ ବଜାରୀ ପ୍ରେମର କିଛି ଲିପଷ୍ଟିକ୍ ଦାଗ !! ସେ ସାଇତେ ସବୁକିଛି ଯାହା ସବୁ…