Latest Odisha News
Browsing Tag

Odia Poem

କବିତା : ସହିଦଙ୍କ ସ୍ମୃତିରେ

ପ୍ରସେନଜିତ ସେଠୀ ଫେବୃୟାରୀ ମାସ ଚଉଦ ତାରିଖେ ଠିକ୍ ତିନି ବର୍ଷ ତଳେ ପୁଲୱାମାଠାରେ ଯାଉଥିଲେ ମିଶି ସେନାର ଯବାନ ଦଳେ। ଆସିଥିଲେ ସବୁ ଘରଦ୍ବାର ଛାଡ଼ି ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭୁଲି ଏକ ମାତ୍ର ଲକ୍ଷ୍ୟ ଦେଶ ଅସ୍ମିତାର ସୁରକ୍ଷା କରିବେ ବୋଲି। ଘରେ ଥିଲେ କାର ବୃଦ୍ଧ…

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

କବିତା : ମୋ ଜୀବନ

ଆଶୁତୋଷ ସ୍ୱାଇଁ  ଯେତେ ନିଜର ଥିଲେ ସବୁ ପର ଥିଲେ। ମୁଁ ବୋଧେ ପବନକୁ ଆଲିଙ୍ଗନ କରିଥିଲି ଯେତେ ରାଣଥିଲା ସବୁ ନିନ୍ଦିତ ଥିଲା ଯେତେ ପ୍ରତିଜ୍ଞା ସବୁ ମୁଣ୍ଡ ନୁଆଁଇଥିଲା । ଯେତେ ଲୁହ ଥିଲା ସବୁ ମୂଲ୍ୟହୀନ ଥିଲା । ଯେତେ ଆସିଥିଲେ ସବୁ ଅତିଥି ଥିଲେ। ସବୁ ଯେମିତି ବହିରୁ ପଢିଥିଲି…

କବିତା : ଦାୟୀ

ଗଦାଧର ସାହୁ ମୋତେ ଯିଏ ଭଲ ପାଉଥିଲେ ସେ କାଲି ଚାଲିଗଲେ , ଯିଏ ଘୃଣା କରୁଥିଲେ ସେ ଆଜି ଚାଲିଗଲେ । ହେଲେ ଏଇଠି ଏତିକିରେ ସରିଲାନି ଘୃଣା କରିବା ଭଲ ପାଇବା । ଅତଏବ ମୁଁ ଖୋଜି ଚାଲିଲି ମୁଁ ଘୃଣାରେ ଦାୟୀ ନା’ ଭଲ ପାଇବାରେ ?

କବିତା : ଜୀବନକୁ ଭଲ ପାଉଥିବା ଝିଅ

ସୁଜାତା ମିଶ୍ର  ଜୀବନକୁ ଭଲ ପାଉଥିବା ଝିଅ.. ଚଢ଼େଇଟିଏ ହୋଇ ଟୁବ୍ କିନା ବୁଡି ଯାଉଥାଏ କଇଁ ଫୁଲ ଫୁଟା ପାଣି କୁଣ୍ଡରେ.., କଷି ଜହ୍ନି ହୋଇ ଓହଳି ପଡ଼େ ରଞ୍ଜ ଦିଆ ଲତାରେ, ଗୋବର ଖତ କାଦୁଅ ଭିତରେ ଝରି ଯାଏ ହୋଇ ମାଟିର ବାସ୍ନା, ବ୍ରହ୍ମ କମଳ ପାଖୁଡ଼ାରେ ଟଳମଳ ହୁଏ ଲୁହ…

କବିତା : ଘର

ପୁଣ୍ୟପ୍ରଭା ଦେବୀ  ଆଜିଠାରୁ ବହୁ ବର୍ଷ ପରେ ଏକ ଅଜଣା ଦିନରେ ଆମେ ଦୁହେଁ ନ ଥିବା ତ ଯାଇଥିବା ଆଗ ପଛ ହୋଇ ଆମ ଘରେ ରହୁଥିବ ପୁଅ ତାର ପରିବାର ସାଥେ ଆମର ଯା କିଛି ଥିବ ସେ ସବୁର ସ୍ବାଧୀକାର ପାଇ। ଥିବ ଏକ ଅପରାହ୍ନ ନୀରବ ନିଶୁନ ଯେଣୁ ଛୁଟିଦିନ ଥିବ କର୍ମ କ୍ଲାନ୍ତ ବୋହୂ ଆମ…

କବିତା : ନିରବ ନିୟମ

ସୁବ୍ରତ କୁମାର ଜେନା  ଏ ବାବୁ , ତୁମେ ବି ନା ଏମିତି ! ତୁମକୁ କ'ଣ ଅଧିକ ମାଗିଥିଲୁଯେ ! ଖାଲି ଯାହା ଟିକେ ଭୋକରୁ ନିର୍ଯ୍ୟାସ, ଖାଲି ଯାହା ଟିକେ ଭେକର ମାଧ୍ୟମ, ତୁମେ କିନ୍ତୁ କ'ଣ କଲ ? ଏମିତି ଆଙ୍କିଲ ଚିତ୍ର ଆମ ନଗ୍ନତାର, ଏମିତି କ'ଣ କିଏ ଆଙ୍କେ ବାସ୍ତବରେ, ସାରା…

କବିତା : ଶ୍ରୀପଞ୍ଚମୀ

ବାସନ୍ତୀ ଲତା ଜେନା ମାତା ସରସ୍ବତୀ ଶୁକ୍ଲାମ୍ବର ଦେବୀ ଜ୍ଞାନ ବୁଦ୍ଧି ବିବେକର ସୃଷ୍ଟି କର୍ତ୍ତା ବ୍ରହ୍ମା ମାନସ କନ୍ୟା ଗୋ ଅଜ୍ଞାନତା ଦୂର କର । ବିଦ୍ୟାଦାତ୍ରୀ ମାତା ରତ୍ନ ବିଭୁଷିତା ପଦ୍ମାସନା ଗୋ ଜନନୀ ମୁକୁତାର ହାର ବୀଣାର ଝଙ୍କାର ବାଣୀ ପୁସ୍ତକ ଧାରିଣୀ । ବାକଦେବୀ…

କବିତା : କିଛି କହୁନା ଯେ

ସତ୍ୟନାରାୟଣ ଗନ୍ତାୟତ  ଭଲ ଲାଗୁଚି ଘରେ ବି ସବୁ ଭଲ ! ତ' କ'ଣ ଭାବୁଚ ନିଜ ଭିତରେ ଇ ହଜାଇ ଦେଇଥିବ ନିଜକୁ ? ନା ଥରୁଟେ ନିଘା କରିବ ତମ ଚଉପାଶର ନାଇଁ ନଥିବା 'ନାଇଁ ନାଇଁ'ର ଘେରକୁ ? କାଇଁ କିଛି କହୁନା ଯେ ! ସୁହାସିତମ୍",କସ୍ତୁରୀ ନଗର, ରାୟଗଡା: ୭୬୫୦୦୧.…

କବିତା : ଶବ୍ଦ ସୈାଦା

ବିଦ୍ୟାଧର ପଣ୍ଡା ଶବ୍ଦ ସବୁ ଏଇ ତ ଏମିତି ଥାଆନ୍ତି ପଡୋଶୀ ସାଜି ଆମ ଆଖ ପାଖରେ ଅବେଳରେ କରୁଥାନ୍ତି କିଚିରି ମିଚିରି। ଆମର ତ ମୋଟାମୋଟି ଯନ୍ତ୍ର ଜୀବନ ସ୍ନେହ ସମ୍ବେଦନା ସୂକ୍ଷ୍ମ-ଅନୁଭବ ଶୂନ୍ୟ ତେଣୁ କଳ୍ପନା ଜାଲରେ ହୁଏନାହିଁ ଧରି। ସେମାନେ ତ ଏମିତି ଓଳିଆରୁ ଗଜା ସହଜରେ…