Latest Odisha News

BREAKING NEWS

Browsing Tag

Odia Satire

ବ୍ୟଙ୍ଗ : ଆକ୍ସିଡେଣ୍ଟ

ଓଁ ଅଭିଜ୍ଞାନ ସାହୁ  କିଛି ବର୍ଷ ତଳର କଥା । ମୋ ବାହାଘରକୁ ସେତେବେଳେ ବେଶି ବୟସ ହେଇନଥିଲା । ଦିନେ ରାସ୍ତାରେ ଯାଉଥିବା ବେଳେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଲା । ମୁଣ୍ଡରେ ମାଡ଼ ବାଜ଼ି ଆବୁ ହେବା ସହ ବାଜ଼ିବା ଜାଗାରେ ଟିକେ ଖଣ୍ଡିଆ ବି ହୋଇଥିଲା । ଆବୁଟାକୁ ହାତରେ ଘୋଡେଇ ଘରେ ପହଞ୍ଚିଲି…

କୁଳାଙ୍ଗାର ଉବାଚ : ରଜଦୋଳି କଟ କଟ

ଡଃ.କୁଳାଙ୍ଗାର  ରଜଦୋଳି କଟ କଟ, ଖେଳିବିନି ଏଇ କରୋନା ଯୋଗୁଁ ମୋ ମନ ହୁଏ ଛଟପଟ ! ରଜ ସଜ ପାନଖିଆ, ଛାଡିବନି ଦାଗ ମାସ୍କଟାକୁ ମୋ ନାଲିଆ କରିବି କିଆଁ ? ଲୁଗା ଦୋକାନ ତ ବନ୍ଦ, ଲୁଚେଇ ପୋଷାକ କିଣି ପିନ୍ଧିବାକୁ ମନମୋର କାନ୍ଦକାନ୍ଦ ! ପୋଡପିଠା ପୋଡିଯାଉ,…

କୁଳାଙ୍ଗାର ଉବାଚ : ସାବିତ୍ରୀ ସପ୍ତପଦୀ

ଡଃ.କୁଳାଙ୍ଗାର  ସାବିତ୍ରୀ ବ୍ରତ ଦିନ ସତ୍ୟବାନମାନେ ପଡୋଶୀ ମହିଳାଙ୍କୁ ଚାହାନ୍ତି; ଫେସବୁକରେ ଲେଖନ୍ତି ,ୟେ ତୁଛା ପ୍ରହସନ ଏଠି ସାବିତ୍ରୀ କିଏ କାହାଁନ୍ତି ? ପଚାରିଲି ମୁଁ ତମେ କଣ ସତରେ ଅସଲ ସାବିତ୍ରୀ ପରି ଧନ ? କହିଲା ମୋବାଇଲି ପ୍ୟାଟର୍ଣ୍ଣ କୋଡ୍ କୁହ ତମେ ଯଦି…

ବ୍ୟଙ୍ଗ : ଜୟ କରୋନା

ଓଁ ଅଭିଜ୍ଞାନ ସାହୁ  (ସାଇଡ଼ ଇଫେକ୍ଟ- ଦ୍ଵିତୀୟ) କପାଳ ପୋଡ଼ା ଥିଲେ ଖୁସି ଖବରକୁ ନେଇ ମଣିଷ ବଡ଼ ଦୁଃଖ ପାଏ । ଗତକାଲି ଆମ ଧନ ଅନଲାଇନ ପରୀକ୍ଷାରେ ଅବିଶ୍ଵସନୀୟ ଭାବେ କ୍ଲାସ ଟପର ହୋଇଥବା ଖୁସିରେ ମାମାଙ୍କ ମିଠା ବଣ୍ଟାର ଲମ୍ବା ଲିଷ୍ଟ ଦେଖି ମୁଁ ଆତଙ୍କିତ ହେବା ସ୍ବାଭାବିକ ।…

କୁଳାଙ୍ଗାର ଉବାଚ : ଯେବେ ଘରଣୀ ସାଜିଲେ ଦୋକାନୀ

ଡଃ.କୁଳାଙ୍ଗାର  ଘରଣୀ କହିଲେ ରୋଜଗାର ନାହିଁ ଚାଲ ହେ ବିକିବା ମିଠା ; କବିତା ଲେଖିଲେ ପେଟ ତ ପୁରୂନି ଘରଖର୍ଚ୍ଚ ହେଉ ଉଠା ! ଜିଲାପି ତିଆରି ୟୁଟୁବରୁ ଶିଖି ଗେଟ୍ ସାମନାରେ ଥୋଇ ; ଘରଣୀ ଡାକିଲେ ବଡ ପାଟି କରି ନିଅ ଆଳୁ ନିଅ ଭାଇ ! ପଚାରିଲି ହୟେ ଜିଲାପିକୁ ଆଳୁ କହୁଛ…

ବ୍ୟଙ୍ଗ : ନକଲରେ ଅକଲ

ଓଁ ଅଭିଜ୍ଞାନ ସାହୁ  ବହୁତ ଦିନ ହେଲା ମୋତେ ଲାଗୁଛି ଏ ରମ୍ୟ ରଚନା ପ୍ରତି ଲୋକଙ୍କ ଆଦର ନାହିଁ । ଯେତିକି ଛଳ ଛଳ ଗପ ସବୁକୁ ପାଠକେ ପସନ୍ଦ କରୁଛନ୍ତି ସେତିକି ଏ ବ୍ୟଙ୍ଗ ସାହିତ୍ୟକୁ ନୁହେଁ । ଯେଉଁ ଲେଖକ ଯେତିକି ଅନୁରାଗ ମିଶା ବିଷାଦରେ ପାଠକଙ୍କୁ ଡୁବେଇ ପାରିବ ସେ ଲେଖକ ସେତେ ଶୀଘ୍ର…

କୁଳାଙ୍ଗାର ଉବାଚ : ଘରଣୀ ଉଡ଼ିବେ ବାତ୍ୟାରେ

ଡଃ.କୁଳାଙ୍ଗାର  ଜାଣି ଖୁସି ହେବେ ତାଲାବନ୍ଦିରେ ମୁଁ ଦେଇ ଜଳଖିଆ ଚାହା, ଅଧିକ ଅତିଥି ଡାକି ପାରିଲିନି ପଚିଶିରେ ହେଲି ବାହା !! ମୁଁ ଜାଣେ ଆପଣମାନେ ପଚାରିବେ ବୋହୁପିଲାଟି କେମିତି ? ସବୁ ଭଲ ଖାଲି ସ୍ୱରଟି ତାଙ୍କର ସାଉଣ୍ଡ୍ ବକ୍ସ ଯେମିତି !! କରୋନା ଯୋଗୁଁ ସେ…

ବ୍ୟଙ୍ଗ : କରୋନା ଯୋଦ୍ଧା

ଓଁ ଅଭିଜ୍ଞାନ ସାହୁ  ଏବେ ସୋସିଆଲ ମିଡିଆରେ ରମ୍ୟରଚନାର ଅବସ୍ଥା କହିଲେ ନସରେ । ଏଠି ରମ୍ୟ ଅପେକ୍ଷା ରଚନାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ଯେତିକି ଲୋକ ରଚନା ପାଇଁ ପାଗଳ ତାକୁ ଦେଖିଲେ ଲାଗିବ ଖୋଦ ରମ୍ୟକାର ଏଠି ନିଜେ ରମ୍ୟ ହୋଇଯାଇଛନ୍ତି । ବିଦ୍ୟାରାଣ ଆପଣଙ୍କୁ ମିଛ ମୋତେ ସତ ।…

କୁଳାଙ୍ଗାର ଉବାଚ : କରୋନାକୁ ପ୍ରେମ କରନା

ଡଃ କୁଳାଙ୍ଗାର  ଭାରି ଭୟଙ୍କର କରୋନାର ପ୍ରେମ ମୁହଁରେ ଦେଉଛି ଚୁମା ମାସ୍କରେ ତାକୁ ଘୋଡେଇ ରଖ ହେ ଖୋଲିବ ନାହିଁଟି ଜମା! ପୁଲିସି ବାବୁମାନେ ଫାଇନି କାଟିଲେ ବୁଲିଲେ ବିନା ମାସ୍କରେ ଜାଣିଲି ମୁଁ ଆଜି ଔଷଧକୁ ନୁହେଁ ୟାଙ୍କୁ ହିଁ କରୋନା ଡରେ! ବାହାଘର ପାଇଁ ଅନୁମତି…

ବ୍ୟଙ୍ଗ : ସାଇଡ୍ ଇଫେକ୍ଟ

ଓଁ ଅଭିଜ୍ଞାନ ସାହୁ  ।। ଓଁ ଶ୍ରୀ ଶ୍ରୀ କରୋନାୟ ନମଃ ।। ବିଶେଷ ସୂଚନା : ଗତକାଲି ଠାରୁ ମୋ ଦେହରେ କରୋନା ଲକ୍ଷଣ ଦେଖାଦେଇଛି । ତେଣୁ ଆଜିଠାରୁ ଆସନ୍ତା ମାସେ ଯାଏଁ ମୁଁ ସ୍ୱ-ସଙ୍ଗରୋଧରେ ରହିବି । ଏହି ସମୟରେ କୋୖଣସି କାମ ନେଇ କେହି ମୋ ପାଖକୁ ଆସନ୍ତୁ ନାହିଁ । ଯେଉଁମାନେ ଗତ…