Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ସାବିତ୍ରୀ ସପ୍ତପଦୀ

ଡଃ.କୁଳାଙ୍ଗାର 

ସାବିତ୍ରୀ ବ୍ରତ ଦିନ ସତ୍ୟବାନମାନେ
ପଡୋଶୀ ମହିଳାଙ୍କୁ ଚାହାନ୍ତି;
ଫେସବୁକରେ ଲେଖନ୍ତି ,ୟେ ତୁଛା ପ୍ରହସନ
ଏଠି ସାବିତ୍ରୀ କିଏ କାହାଁନ୍ତି ?

ପଚାରିଲି ମୁଁ ତମେ କଣ ସତରେ
ଅସଲ ସାବିତ୍ରୀ ପରି ଧନ ?
କହିଲା ମୋବାଇଲି ପ୍ୟାଟର୍ଣ୍ଣ କୋଡ୍ କୁହ
ତମେ ଯଦି ସତ୍ୟବାନ !

କରୋନା କାଳରେ ଏଥର ସାବିତ୍ରୀକୁ
ଦେବି ମୁଁ ମାସ୍କ କପଡା,
ରୋଜଗାର ଠପ୍ ଫଳ ବଦଳରେ
ଦେବି ସ୍ବାସ୍ଥ୍ୟପ୍ରଦ କାଢା !

ଅନୁମତି ନାଇଁ ତାଲାବନ୍ଦିରେ ତ
ଶାଢିଦୋକାନ ଖୋଲିବା ପାଇଁ,
ମହିଳା ଚାଲାଖି ଦେଖାଇ ତାଙ୍କର
ଅନଲାଇନରେ ଦେବେ ମଗାଇ!

ଅବିବାହିତ ପ୍ରେମିକାମାନେ ବି
ଏବେ ଏ ବ୍ରତ କଲେଣି;
ଏକାଧିକ ସତ୍ୟବାନଙ୍କ ସେବାରେ
ଅଭିଜ୍ଞ ସାବିତ୍ରୀ ହେଲେଣି!

ଏଇଦିନ ଆମ ପତ୍ନୀଦେବୀ ଯେବେ
ମୋରି ପାଦକୁ ଛୁଅନ୍ତି;
ମୁଁ ବୁଝିଯାଏ ଗଧପାଦକୁ ଧରିବା
ବୋଧେ ଏୟାକୁ କହନ୍ତି !

ଚୁଟି, ପୋଷାକ, ସ୍ନେହପ୍ରେମ ସବୁ
ପୂର୍ବାପେକ୍ଷା ଛୋଟ ହେଉଛି;
ଓଷାବ୍ରତ ପାଇଁ ଆୟୋଜନ କିନ୍ତୁ
ଦିନକୁ ଦିନ ବଢି ଚାଲୁଛି!

Leave A Reply

Your email address will not be published.