ସନେଟ : ଅଷ୍ଟପ୍ରହରୀ
କାମଦେବ ମହାରଣା
ଲିଭିଗଲା ନିଆଁ ଧମକାଏ ଧୁଆଁ ଦାନ୍ତ କାଢ଼ି ଆସେ ରାତି
ବିଞ୍ଚିଗଲା ଜହ୍ନ ବାଉଁଶ ବାରିରେ କେମିତି ସହିବ ଛାତି
ଧୂଳି ହୋଇ ଉଡେ ସପନ ସବୁ ହେ ସ୍ମୃତି ହୋଇଯାଏ ମେଘ
ଭୟ ମାଡ଼ିଯାଏ ଜୁଆର ପରାୟେ ପତ୍ର ବି ଛାଇ ବାଘ।
ନିଆଁ ହୋଇ ଜଳେ ଜୀବନ ଏଇଠି ପାଉଁଶ ପାଲଟେ ପ୍ରେମ…