Latest Odisha News

BREAKING NEWS

Browsing Tag

odisha

ସୋନପୁର ଜିଲ୍ଲାରେ ଚିହ୍ନଟ ହେଲେ ୪ ନୂଆ କରୋନା ପଜିଟିଭ୍‌

ସୋନପୁର: ସୋନପୁର ଜିଲ୍ଲାରେ ପୁଣି ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୭କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ - ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର ସୋନପୁର ଜିଲ୍ଲାପାଳ ମନିଷା ବାନାର୍ଜୀ ଟ୍ୱିଟ୍ ମାଧ୍ୟରେ ସୂଚନା…

୪୧ ଡିଗ୍ରୀ ଉପରେ ୧୪ଟି ସହର; ଜାଣନ୍ତୁ ୩ ଦିନ କେଉଁ ଜିଲ୍ଲାକୁ ରହିଛି ଅରେଞ୍ଜ୍ ୱାଣ୍ଣିଂ !

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗୁଳଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି ମଙ୍ଗଳବାର ଦିନ । ଆଜି ରାଜ୍ୟର ୧୪ଟି ସ୍ଥାନରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ଧରି…

ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡ଼ି

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଜଳବାୟୁ ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୋମବାର ଦିନ ସୂଚନା ପ୍ରଦାନ କରିଛି । “ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ ଜଳବାୟୁ କେରଳ ଛୁଇଁଥାଏ । ତେବେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଯୋଗୁଁ…

ଓଡ଼ିଶାରେ ରୌଦ୍ରତାପ ଜାରି; ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଲା ୧୩ଟି ସହର

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗରମ । ରୌଦ୍ରତାପ ବୃଦ୍ଧି ଯୋଗୁଁ ସୋମବାର ଦିନ ସାରା ରାଜ୍ୟର ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଆଜି ଟିଟିଲାଗଡ଼ର ସ୍ଥାନ ନେଇଛି ଶିଳ୍ପନଗରୀ ତାଳଚେର । ତାଳଚେରରେ ଆଜି ତାପମାତ୍ରା ବୃଦ୍ଧି ପାଇ ପାରଦ ଛୁଇଁଥିଲା ୪୪.୯ ଡିଗ୍ରୀ ସେଲସିୟସରେ ।…

ଲକ୍ ଡାଉନ୍ ବିପତ୍ତିର ବିକଳ୍ପ: ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇ ମାସ ଧରି ଜାରି ରହିଥିବା ଲକ୍ ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦୋକାନ ବଜାର ବନ୍ଦ । ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ,…

ଭାରତୀୟ ରେଳବାଇକୁ ଓଡ଼ିଶା ସରକାର ଦେବେ ୫.୫ କୋଟି ଟଙ୍କା

ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଓଡ଼ିଆ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ରେଳ ମାଧ୍ୟମରେ ଆସିବାରେ ଲାଗିଛନ୍ତି । ଏହି ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର, ଏହି ଖର୍ଚ୍ଚ ବାବଦକୁ ଓଡ଼ିଶା ସରକାର ଭାରତୀୟ ରେଳବାଇକୁ ୫.୫ କୋଟି ଟଙ୍କା ମଞ୍ଜୁର କରିବା ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ…

ସାବିତ୍ରୀ ଓଷା: କେଉଁଠି କିପରି ହୁଏ ପୂଜା, ଜାଣନ୍ତୁ

ଭୁବନେଶ୍ୱର: ସଧବା ନାରୀମାନଙ୍କ ଦ୍ୱାରା ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ଓଷା ପାଳିତ ହୋଇଥାଏ । ପ୍ରତ୍ୟେକ ସଧବା ନାରୀ ଲାଗି ତା’ର ସ୍ୱାମୀ ହିଁ ସର୍ବସ୍ୱ । ଏହି ଅମାବାସ୍ୟା ତିଥିରେ ବ୍ରତ ପାଳନ କରି ନାରୀମାନେ ନିଜ ପତିମାନଙ୍କର ଦୀର୍ଘାୟୁ କାମନା କରିଥାଆନ୍ତି । ତେବେ ବିଭିନ୍ନ…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ୍‌’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପ ଦେଇ ଦିନ ୩ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ସୁନ୍ଦରବନ ଅଞ୍ଚଳ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିଥିବା ସହିତ ୧୮୫ ର ଝଟକା ଥିଲା । ଏହାର ପ୍ରଭାବରେ ଆଗାମୀ…

ସୁପର୍ ସାଇକ୍ଲୋନ୍ ‘ଅମ୍ଫାନ’: ଆଜି ବିଳମ୍ବିତ ରାତିରେ ବଢିପାରେ ପବନର ବେଗ

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହୋଇସାରିଛି । ଅମ୍ଫନ୍ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି । ଆଜି ବିଳବିମ୍ବିତ ରାତିରେ ପବନର ବେଗ ହଠାତ୍ ବଢିପାରେ, ଏନେଇ ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍…

ଆଜି ରାତିରେ ଏହି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ । ଉପକୂଳବର୍ତ୍ତ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ, ପୁରୀ, ଖୋର୍ଦ୍ଧା,…