Latest Odisha News

BREAKING NEWS

ଅଲିଭ ରିଡଲେ ଦେହରେ ଲାଗିବ ଟ୍ୟାଗ୍‌

ବ୍ରହ୍ମପୁର: ଚଳିତ ବର୍ଷ ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗ୍ ଲଗାଯିବ । ଫଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ। ମୋଟ ୩୦ହଜାର ଅଲିଭ ରିଡଲେ କଇଁଛଙ୍କ ଦେହରେ ଟ୍ୟାଗିଂ ହେବ ବୋଲି ଜଣାପଡିଛି ।

ଋଷିକୁଲ୍ୟା ମୁହାଣରେ ବନ ବିଭାଗ ଓ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ମିଳିତ କ୍ରମରେ ପ୍ରଥମ ଦିନରେ ଏହି ଟ୍ୟାଗିଂ କାମ ଆରମ୍ଭ କରିଛନ୍ତି । ସମୁଦ୍ର ଭିତରକୁ ଯାଇ ଜାଲ ଦ୍ୱାରା କଇଁଛକୁ ଧରି ଟ୍ୟାଗ ଲଗାଇଥିଲେ। ଆଜି ୬ଟି କଇଁଛଙ୍କ ଦେହରେ ଏହି ଟ୍ୟାଗ୍ ଲାଗିଛି ।

ଏପରି ଟ୍ୟାଗିଂ ୨୫ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୬ ମସିହାରେ କରାଯାଇଥିଲା । ସେତେବେଳେ ମାତ୍ର ୮ ହଜାର କଇଁଛଙ୍କ ଦେହରେ ଟ୍ୟାଗିଂ କରାଯାଇଥିଲା ।

Leave A Reply

Your email address will not be published.