Latest Odisha News

BREAKING NEWS

Browsing Tag

Sabudina Sahitya

ଆଖି

ଆଖି ଉମାକାନ୍ତ ରାଉତ (ଅରୂପ) ଏବେ ମୋତେ ପଚାରନି ବଳେ ବୁଝିପାରିବ କଲମର ସିନ୍ଧୁ ପରି ବିନ୍ଦୁ ମୂନରେ ମୁଁ ଏ ଯେଉଁ ଆଖି ଆଙ୍କୁଛି ସେ ଆଖିର ଜୀବନ୍ୟାସ ଦିନ ଦେଖିବ ସେ ଆଖିର ପୁଅଡୋଳା ସକାଳର ସୂର୍ଯ୍ୟ ଆଉ ଆକ୍ଷିପତା ଦୂର ଦିଗବଳୟ । ଧର୍ମର ଦେବତା ଭଳି ସେ ଆଖିର ପଲକ ଓ ଜୀବନ୍ୟାସ…

ତିନୋଟି କବିତା…

ତିନୋଟି କବିତା ଦେବାଶିଷ୍ ମହାନ୍ତି ସଦିଚ୍ଛା ଚିକ୍‌ମିକ୍ ଅନେକ ସ୍ୱପ୍ନ ବର୍ଷିଯାଉ ସାରା ରାତି ତୁମ ସଂକଳ୍ପରେ ଆଶାରେ ତୃଷ୍ଣାରେ ଆଉ ଭିଜିଯାଅ ତୁମେ ଆତ୍ମବିଶ୍ୱାସରେ । ସିଦ୍ଧ ହେଉ ଅନୁକୂଳ ଶୁଭମୟ ହେଉ ନୂତନ ସକାଳ ଆତ୍ମିୟତା ଆଙ୍କିଚାଲ ଜୀବନର ଚିତ୍ରପଟ୍ଟେ ଅଜଣା ମୁଁ…

ଦୂର ଦିଗବଳୟ…

ଦୂର ଦିଗବଳୟ... ଆର୍ଯ୍ୟଭଟ୍ଟ ମହାନ୍ତି ଆକାଶର ଛାତିତଳେ ସମୟ-ଅସମୟରେ ତୁମ ଛବି ଆଙ୍କି ହୋଇଯାଏ, ଅଜାଣତରେ ମନତଳେ, ହୃଦୟର ବିସ୍ତୀର୍ଣ୍ଣ ବେଳାରେ । ମୁଁ ତୁମକୁ ଚାହେଁ ନାହିଁ, ମୋ ଯୌବନ ଯଜ୍ଞବେଦୀ ପରେ ରକ୍ତ ମାଂସ ଅର୍ଘ୍ୟ ଦେବାଲାଗି ଚାହେଁନା ମୁଁ କେବେବି ତୁମକୁ ବଧୂବେଶରେ…

କରେକ୍‌ସନ୍‌

କରେକ୍‌ସନ୍‌ ଶୁଭଶ୍ରୀ ମିଶ୍ର ତୁମେ ମାପୁଥିବା ସ୍କେଲ୍ ସବୁ ପାଲଟୁଥାଏ ବିନ୍ଦୁରୁ ସିନ୍ଧୁ, କନ୍ୟାରୁ ସହଯାତ୍ରୀ, ମାତୃତ୍ବରୁ ମୃତ୍ୟୁ, ବଧୂପଣିଆର ମାୟାମୃଗ । ନିଜକୁ ଗଢିତୋଳିବାର ନିଇତି ପ୍ରୟାସ । କେବେ ଭାବ ଅଙ୍କୁରୋଦ୍ଗମ ପାଇଁ ନିଜକୁ ହରାଇବାର ଦୁଃଖ । ଅଭିମାନ ସବୁ ଫସିଲ୍…

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…

ଲକଡାଉନ୍

ଲକଡାଉନ୍ ଭବାନୀ ଶଙ୍କର ନିଆଲ ମୋ ପୁଅର ନୀତିଶାସ୍ତ୍ର ପୃଷ୍ଠା ଓଲଟାଇ ଦେଖେ ପୁନର୍ବାର/ବାରମ୍ବାର ଦୋପ୍ରହରର ସନ୍ନାଟାରେ, ଆଉ ନଥାଏ ଫେବୃଆରୀ ମାସ ପୂର୍ବର ସକାଳ, ଦ୍ୱିପହର,ସଂଧ୍ୟା ଏପରିକି ମଧ୍ୟ ରାତ୍ରୀର ସ୍ଥିତାବସ୍ଥା। ନଥାଏ ମନୁଷ୍ୟ ଭିତରର ସନ୍ତୁଳନ ମନୁଷ୍ୟର…

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ ମନୋଜ ଭଳ ତାରୁଣ୍ୟର ତରଙ୍ଗ ପରି ବସନ୍ତର ମଧୁର ପରଶ ଆଉ ବିଭୋର କରୁନି ମନକୁ ଆଗ ଭଳି, ଅନୁରାଗରେ ବନ୍ଧା ପଡିଥିବା ଜୀବନ ଅସ୍ଥିର ହେଉନି ଏବେ ବିଶ୍ୱାସର ଫରୁଆରେ ସାଇତି ରଖିବାକୁ ମମତାର ଫୁଲ ଅନ୍ୟଲାଗି । ସବୁଏଠି ଅଦଳ ବଦଳ ବିବର୍ଣ୍ଣ ପୃଥିବୀ…

ବାଟବଣା…

ବାଟବଣା... ଜୟ ଜଗନ୍ନାଥ ମଲ୍ଲିକ ଦୁଃଖକୁ ପାଶୋରି ତୁମ ହାତ ଧରି ଚାଲିଥିଲି ଯେତେ ବାଟ, ଅଳପ ସୁଖର ସଂସାର ଗଢିକି ଛାଡ଼ିଦେଲୁ ମୋର ହାତ । ମୋ ଚଲାପଥେ ଚାଲୁଥିଲି ମୁହିଁ ମୋ ଜୀବନ ଚାଖି ଏକା, ଆସିଲୁ ଅଧାରୁ ହାତ ଧରିବାକୁ ସପନରେ ହେଇ ଦେଖା । ପ୍ରେମ ବରାଦରେ ସୁଖ ଖୋଜିବାକୁ ବସିଗଲୁ…

କିଛି କଥା ବାକି ଥାଉ…

କିଛି କଥା ବାକି ଥାଉ... ଶ୍ୱେତା ରାଉତ ଶତାବ୍ଦୀ ଆରମ୍ଭରୁ ଝୁଣ୍ଟି ପଡି ଚାଲୁଥିଲି ଏକା ଏକା ଠିକଣା ଜାଣିନଥିବା ଗନ୍ତବ୍ୟର ଅନ୍ୱେଷଣରେ କାଇଁ କେହି ତ କହିନଥିଲେ ମୋ ପାଇଁ ପାଲଟିଯିବାକୁ ଆଲୋକବର୍ତ୍ତିକା ! କେହି ତ ଦେଖି ପାରୁନଥିଲେ ପଥର ମୂର୍ତ୍ତିର ଲୁହ! କେହି ତ ପାଣି ଛାଟି ଉଠାଇ…

ଅୟୁତ ଆଶା…

ଅୟୁତ ଆଶା... ସୁସ୍ମିତା ମହାପାତ୍ର ପ୍ରତ୍ୟେକଟି ନା ଦେହରେ ଲୁଚି ରହିଥାଏ ଗୋଟେ ଛଳଛଳ ହଁ, ଘନ ଅନ୍ଧାର ଭିତରୁ ଉଇଁ ଆସୁଥିବା ପରି ଗୋଟେ ସଜଫୁଟା ଝଳଝଳ ମୁହଁ । କିଛି ଭିନ୍ନ ଏଠି ନିୟତିର ନିର୍ଦେଶ, ଶକ୍ତ କଠିନ ଆବରଣ ତଳୁ ସୂକ୍ଷ୍ମ କୋମଳ ଅଙ୍କୁରର ଉଦ୍‌ଗମନ ପରି ଜଡ଼ ଅଚେତନ ମଧ୍ୟରେ…