Latest Odisha News

BREAKING NEWS

Browsing Tag

Saradasashi

ଶିଶୁ ଗଳ୍ପ : ସିନି ଓ ଗୁଣ୍ଡୁଚିମୂଷା

କୁଞ୍ଜବିହାରୀ ସାହୁ କେତେବେଳେ ଘର ପାଚେରୀରେ ବୁଲୁଛି ଗୁଣ୍ଡୁଚିମୂଷା । ପୁଣି ଯାଇ ଯାଇ ଗଛ ଡାଳରେ ଥିରିଥିରି ବସିପଡୁଛି ଗୁଣ୍ଡୁଚିମୂଷା । ଏକ ଲୟରେ ଚାହିଁରହିଥିଲା ସିନି । ଡାକିଲା - ଆ ଆ ରେ ଗୁଣ୍ଡୁଚିମୂଷା ମୋ ପାଖକୁ ଆ, ଚଣା, ବାଦାମ ରଖିଦେଇଛି ଖାଇଦେଇକି ଯା ..।…

ଶିଶୁ କବିତା : ସତର୍କ ସୂଚନା

ଗଦାଧର ସାହୁ ବଢୁଅଛି ଖରା ବଢୁଅଛି ତାତି ବହୁଛି ଝାଞ୍ଜି ପବନ, ତଣ୍ଟି ପାଟି ଆମ ସୁଖି ସୁଖି ଯାଏ ପାଣି ପିଇବାକୁ ମନ । ଦେହରୁ ବହୁଛି ଝାଳ ଗମ୍ ଗମ୍ ମୁଣ୍ଡ ମାରିଯାଏ ଝାଇଁ, ଛାଇ ଦେଖି ଦଣ୍ଡେ ବିଶ୍ରାମ ଘେନିବୁ ପାଣି ପିଅ ମୁହଁ ଧୋଇ । ଘୋଳଦହି କାଞ୍ଜି ତୋରାଣି ପିଇବ…

ଶିଶୁ କବିତା : ଅଦିନ ଝଡ଼

କୁଞ୍ଜବିହାରୀ ସାହୁ  ଖରାବେଳଟାରେ ଝଡ଼ ତୋଫାନଟି ଆସିଗଲା, କାଠି-କୁଟା, ଡାଳ-ପତରକୁ ବେଗି ଉଡ଼େଇଲା । ଘଡ଼ଘଡ଼ି ଆଉ ବିଜୁଳି ମାରିଲା ସାଥୀ ହୋଇ, ଘର ଭିତରକୁ ପଶି ଆସିବେକି ପାଦ ଥୋଇ । ବିଜୁଳି ଆଲୁଅ ଲିଭିଗଲା ବେଗି ଖରାବେଳେ, ଘର ଭିତରଟା ଗରମ ଲାଗିଲା…

ଶିଶୁ କବିତା : ଆମ ବାରିକୁ ଫଗୁଣ ଆସୁଛି

ତରୁଣ କୂମାର ମିଶ୍ର ଆମ ବାରିକୁ ଫଗୁଣ ଆସୁଛି । ଜୂଇ,ଜାଇ,ମଲ୍ଲୀ ମାଧବୀ ,ମାଳତୀ ବାସ ଚହଟାଇ ଫୁଟନ୍ତି , ମଧୁ ମକ୍ଷିକା ଓ ଭ୍ରମରଙ୍କ ଧାଡ଼ି ଫୁଲ ପାଖୁଡ଼ାରେ ଦିଶୁଛି , ସବୁରି ମନରେ ନୂଆ ଉନ୍ମାଦନା ବସନ୍ତ ଏଠାକୁ ଆସୁଛି । ଆମ ବାରିକୁ ଫଗୁଣ ଆସୁଛି ।(୧) ଫୁଲେଇ ଫଗୁଣ ଫୁଲ…

ଶିଶୁ ଗଳ୍ପ : ଚତୁର ହରିଣ

ପ୍ରତିଭା ସାହୁ  ବିଦୁପୁର ଗାଁର ଗାଁ ମୁଣ୍ଡରେ ଛୋଟ ମୁଣ୍ଡିଆଟିଏ। ସେହି ମୁଣ୍ଡିଆରେ ଠେକୁଆଟିଏ ଓ ହରିଣଟିଏ ସାଥି ହୋଇ ରହୁଥିଲେ। ଦୁହେଁ ଦୁହିଁଙ୍କର ସୁଖ ଦୁଃଖରେ ଭାଗି ହେଉଥିଲେ। ଦୁହେଁ ସକାଳୁ ଉଠି ଚରାବୁଲା କରି ପୁଣି ସନ୍ଧ୍ୟାରେ ନିଜ ପଥର ଗୁମ୍ଫାକୁ ଫେରି ଆସୁଥିଲେ । ହସ ଖୁସିରେ…

ଶିଶୁ ଗଳ୍ପ : ତିନି ସାଙ୍ଗ

ନମିତା ପାଇକରାୟ  ରମେଶ, ଅଜୁ, ବୈଭବ ତିନିଜଣଯାକ ବହୁତ ଭଲ ସାଙ୍ଗ ଥିଲେ। ଏକା ଶ୍ରେଣୀରେ ତିନିଜଣ ଯାକ ପଢୁଥିଲେ। ପାଖା ପାଖି ନହେଲେ ବି ବେଶୀ ଦୂର ନଥିଲା ତିନିଜଣ ଙ୍କ ଘରର ବ୍ୟବଧାନ । ସ୍କୁଲ ଯିବା ସମୟରେ, ଡକାଡକି ହୋଇ ସାଙ୍ଗ ହୋଇ ସ୍କୁଲକୁ ଯାଆନ୍ତି। ଅଜୁ ଓ ବୈଭବଙ୍କ ସ୍ୱାସ୍ଥ୍ୟ…

ଶିଶୁ କବିତା : ବଗକୁ ପାନେ

 ସୁପ୍ରିୟା ପଣ୍ଡା ବଗ ବସିଥିଲା ଗଛର ଡାଳରେ ଗାଡ଼ିଆ ଆଡ଼କୁ ଚାହିଁ ମାଛଟିଏ ଯଦି ମୁଣ୍ଡ ଦେଖେଇବ ଖବ୍ କି ଧରିବ ଯାଇ। ପୋକ ଜୋକ ଖାଇ ଚିଟା ଲାଗିଲାଣି ଲୋଡ଼ା ଆଇଁଷ ଟିକିଏ ଗୋଟିଏ ଲୟରେ ଚାହିଁକି ବସିଛି ଦେଖାଯିବ ମାଛଟିଏ । ଘଣ୍ଟାଏ ବସିଲା ଦୁଇଘଣ୍ଟା ଗଲା କିଛି ଦେଖାଗଲା…

ଶିଶୁ ଗଳ୍ପ : ଝିଣ୍ଟିକାର ଜନ୍ମକଥା

କୁଞ୍ଜବିହାରୀ ସାହୁ ପାହାଡ଼ ତଳେ ଜାତିଜାତିକା ଗଛ । ଶାଳ, ପିଆଶାଳ, ଶିଶୁ, କୁରୁମ, ଆମ୍ବ ,ପଣସ ଇତ୍ୟାଦି କେତେ ପ୍ରକାର ଗଛ ରହିଛି । ଡାଳପତ୍ର ଦେଖିଲେ ଖୁସି ଲାଗୁଛି । ସତେ ଯେମିତି ସବୁଆଡ଼େ ଶାଗୁଆ ରଙ୍ଗ ନେସିହେଇଯାଇଛି । ପାଖରେ କୁଳୁକୁଳୁ ଗୀତ ଗାଇ ଝରଣାଟିଏ ବହିଯାଉଛି । କେଉଁଠି…

ଶିଶୁ ଗଳ୍ପ : ପୁପୁନିର ଶୀତ ସକାଳ

କୁଞ୍ଜ ବିହାରୀ ସାହୁ ଆଜି ରବିବାର । ପୁପୁନି ଆରାମରେ ଶୋଇଛି । ସକାଳୁ ଉଠିପଡ଼ି ତା’ ବୋଉ ପୁପୁନିର ଦେହ ଉପରେ କମ୍ବଳ ଘୋଡ଼େଇଦେଲେ । ଭାବିଲେ – ଆଜି ତ ରାବିବାର ସ୍କୁଲ ଛୁଟି । ବାହାରେ ସିରିସିରି ପବନ ବୋହୁଛି । ବୁଲିଲେ ଦେହରେ ଥଣ୍ଡା ପଶିଯିବ । ପୁପୁନି ତ ଗେଲବରଷର । ତା ଦେହ…

ଶିଶୁ କବିତା : ମହୁମାଛି

ତରୁଣ କୁମାର ମିଶ୍ର ବିଶ୍ବନିୟନ୍ତାଙ୍କ ସୃଷ୍ଟିରେ ଟିକି ଜୀବଟେ ମୁହିଁ , ଫୁଲରୁ ଫୁଲକୁ ଉଡ଼ିଣ ମହୁ ଶୋଷି ଆଣଇ । ବିନ୍ଦୁ ବିନ୍ଦୁ ମହୁ ସଞ୍ଚଇ ନେଇ ଫେଣାରେ ମୋର , ହାଲିଆ କେବେ ମୁଁ ହୁଏନି ଥାଏ କର୍ମ ତତ୍ପର । ପ୍ରିୟ ପରିଜନ ସାଥିରେ ମଧୁ ସଂଗ୍ରହେ ଯାଏ , ଡେଣା ଝାଡ଼ି ଝାଡ଼ି…