Latest Odisha News

BREAKING NEWS

Browsing Tag

Saradasashi

ଗଣିତ ଖେଳ : ବୃତ୍ତର କେନ୍ଦ୍ର କୋଉଠି?

କମ୍ପାସ ବକ୍ସରେ ଥିବା ରାଉଣ୍ଡର ବ୍ୟବହାର କରି ଯଦି ତୁମେ ବୃତ୍ତ ଆଙ୍କୁଛ ତେବେ ଏହାର କେନ୍ଦ୍ର ବିନ୍ଦୁ ସହଜରେ ପାଇଯିବ । କାରଣ ଯେଉଁ ବିନ୍ଦୁ ଉପରେ ରାଉଣ୍ଡର ମୁନ ରଖି ବୃତ୍ତ ଆଙ୍କୁଛ ତାହା କେନ୍ଦ୍ର ବିନ୍ଦୁ ଆଉ ପେନସିଲ ଆଙ୍କୁଥିବା ବୃତ୍ତାକାର ପଥ ହେଉଛି ବୃତ୍ତର ପରିଧି । ବୃତ୍ତର…

ପାହାଡର ଆକାର କାହିଁକି ତିନିକୋଣିଆ

ତିନିକୋଣିଆର ତାକତ କେବେ ଭାବିଛ ପାହାଡ, ପର୍ବତଠାରୁ ଆରମ୍ଭ କରି ଘର ସବୁ କାହିଁକି ତିନିକୋଣିଆ, ବ୍ରିଜ ତଳେ ଲାଗିଥିବା ଲୁହା ଫ୍ରେମ୍ ସବୁ କାହଁକି ତିନିକୋଣିଆ ଆକାରର ସଜ୍ଜା ହୋଇଥାନ୍ତି, ପୁଣି ବଡ ବଡ ଇଲେକ୍ଟ୍ରିକ୍ ଖୁଂଟି ସବୁ କାହିଁକି ତିନିକୋଣିଆ ଆକାରର ହୋଇଥାଏ । କେବଳ ସେତିକି…

ଗଣିତ ଖେଳ : ଆସ ଖେଳିବା ପଣିକିଆ

ପିଲାଦିନେ ଆମେ ସମସ୍ତେ ପଣିକିଆ ବା ଗୁଣନଖନ୍ଦା ବଡ଼ କଷ୍ଟରେ ମନେ ରଖିଥାଉ । ଯେତେବେଳେ ଗୁଣନ ପ୍ରକ୍ରିୟା ସଂପର୍କରେ ଜାଣୁ, ଅବଶ୍ୟ ସେତେବେଳେ ଆଉ ବଡ଼ ସଂଖ୍ୟାର ଗୁଣନଖନ୍ଦା ମନେ ରଖିବା ଦରକାର ପଡେନି । ଏଥିପାଇଁ ଆମେ ମନେ ମନେ ବା କାଗଜ କଲମ ସାହାଯ୍ୟରେ ଦୁଇ ସଂଖ୍ୟାକୁ ଗୁଣି ଗୁଣଫଳ କହିପାରେ…

ଖେଳରେ ଖେଳରେ ଶିଖିବା : କାଗଜ ହେଲିକପଟର

ଏବେ ତ କରୋନା ପାଇଁ ଚାରିଆଡେ ଲକ୍ ଡାଉନ । ସ୍କୁଲ ବି ବନ୍ଦ । ତେଣୁ ତମେ ପିଲାମାନେ ଘରେ ରହି ରହି ବୋର ହେଇଯିବଣି । ବାହାରକୁ ଯାଇ ତ ଖେଳିବା ମନା । ଘରେ ସେଇ ଖେଳଣାରେ କେତେ ଆଉ ଖେଳିବ । ତେଣୁ ଆଜି ଆମେ ଗୋଟେ ନୂଆ କଥା ଶିଖିବା । ଆଜି ଶିଖିବା କାଗଜର ହେଲିକପଟର କେମିତି ତିଆରି କରନ୍ତି ।…

ପିଲାଙ୍କ ତୂଳୀରୁ ..

ସମୀକ୍ଷ ଆର୍ଯ୍ୟ, ଏଲ୍‌କେଜି, ଲୟୋଲା ସ୍କୁଲ, ଭୁବନେଶ୍ୱର ଆଦ୍ୟା ମହାପାତ୍ର, ଷ୍ଟାଣ୍ଡାର୍ଡ -୨, ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲ, ଭୁବନେଶ୍ୱର ଶ୍ରେୟାଂଶ ମହାପାତ୍ର, ଷ୍ଟାଣ୍ଡାର୍ଡ-୨, ଲୟୋଲା ସ୍କୁଲ, ଭୁବନେଶ୍ୱର ପ୍ରିୟାଂଶୁ କୁମାର ପଣ୍ଡା, ଷ୍ଟାଣ୍ଡାର୍ଡ-୨,…

ପଠାଣି ସାମନ୍ତଙ୍କ ପିଲାଦିନ

ପିଲାମାନେ ତମେ ମାନେ ଭୁବନେଶ୍ୱରରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଦେଖିଥିବ । କିନ୍ତୁ ଏହି ପ୍ଲାନେଟାରିୟମ ଯେଉଁ ପଠାଣି ସାମନ୍ତଙ୍କ ନାଁରେ ହୋଇଛି ତାଙ୍କ ବିଷୟରେ କିଛି ଜାଣିଛ । ପଠାଣି ସାମନ୍ତ ପିଲାଟି ଦିନରୁ ବେଶ୍ ବିଚକ୍ଷଣ ଥିଲେ । ଖଣ୍ଡେ ବାଉଁଶ ନଳୀ ସାହାଯ୍ୟରେ ସେ ଗ୍ରହ…

ଗଣିତ ଖେଳ ୧: ସାତ ଖଣ୍ଡରେ ଶହେ ଆକାର

ମାତ୍ର ୭ଖଣ୍ଡ ଜ୍ୟାମିତିକ ଆକାର, ଆଉ ତାକୁ ଯୋଡି ସେଥିରୁ ତିଆରି କରିହେବ ଶହ ଶହ ପ୍ରକାର ଚିତ୍ର । ୨ଖଣ୍ଡ ବଡ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ମଝି ଆକାରର ସମକୋଣୀ ତ୍ରିଭୂଜ, ୨ଖଣ୍ଡ ଛୋଟ ସମକୋଣୀ ତ୍ରିଭୂଜ, ୧ଖଣ୍ଡ ବର୍ଗାକାର ଏବଂ ଖଣ୍ଡିଏ ଠିକିରି ଆକାର, ଏତିକିରୁ ଏତେ ପ୍ରକାର ଚିତ୍ର ବନାଇ ହେବ ଯେ…

ସୋଡା ଷ୍ଟ୍ର ବଇଁଶୀ

ପଇଡ, ଲସି, ଜୁସ୍ କି କୋଲ୍ଡ ଡ୍ରିଙ୍କସ୍ ପିଇବା ପରେ ସୋଡା ଷ୍ଟ୍ର କୁ ଡଷ୍ଟବିନ୍ ରେ ପିଙ୍ଗି ଦେଉଥିବ ନିଶ୍ଚୟ । ହେଲେ ଏଥିରୁ ତିଆରି କରିହେବ ବେଶ ମଜାଦାର ଏବଂ ମ୍ୟୁଜିକାଲ୍ ଖେଳଣା । ବିନା ଖର୍ଚ୍ଚରେ ତିଆରି କରିବା ଗୋଟିଏ ବଇଁଶୀ । ଆଉ ତାସହ କରିବା ଅନେକଗୁଡିଏ ବିଜ୍ଞାନ ପରୀକ୍ଷା । ଚାଲ…

ପିଲାଙ୍କ ତୂଳୀରୁ …

ସିଦ୍ଧି, ଏଲ୍‌କେଜି, ଡିଏଭି ପୋଖରୀପୁଟ ସ୍କୁଲ, ଭୁବନେଶ୍ୱର (ମୁଁ ସ୍କୁଲରେ ଆଡମିସନ୍ ତ କରିଛି ହେଲେ ଏ ସ୍କୁଲକୁ କେବେ ଯାଇ ପାଠ ପଢିନି, କାରଣ ସ୍କୁଲ ଖୋଲିନି । ଅନଲାଇନ୍ କ୍ଲାସରେ ହିଁ ପାଠ ପଢୁଛି । ଆଡମିସନ୍ ଆଗରୁ ଥରେ କେବଳ ସ୍କୁଲକୁ ବୁଲି ଯାଇଥିଲି । ରାସ୍ତାରେ ଯିବା ବେଳେ…

ଗଣେଶ ପୂଜା ଅବସରରେ ଗଣେଶଙ୍କ ସମ୍ପର୍କରେ ଜାଣିବା କିଛି ମଜାଦାର କଥା

ଆଜି ଗଣେଶ ପୂଜା ବା ଗଣେଶ ଚତୁର୍ଥୀ । ସ୍କୁଲ କଲେଜ ଆଦି ସ୍ଥାନରେ ବେଶ୍ ଆଡମ୍ବରରେ ପାଳନ ହୁଏ ଏହି ପୂଜା । ଏହାକୁ ବିଘ୍ନ ବିନାଶକଙ୍କ ପୂଜା ମଧ୍ୟ କୁହାଯାଏ । କିନ୍ତୁ ଏଥର କରୋନା ସଂକ୍ରମଣର ଭୟ ଥିବାରୁ ପୂଜା ନିରାଡମ୍ବରରେ ପାଳିତ ହେଉଛି । ଗଣେଶଙ୍କୁ କୁହାଯାଏ ଅଗ୍ରପୂଜ୍ୟ । ଯେଉଁ ପୂଜା…