Latest Odisha News

BREAKING NEWS

ତାହିରଙ୍କ ମୋବାଇଲ, ପିସ୍ତଲ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡର ଅଭିଯୁକ୍ତ ତାହିର୍ ହୁସେନଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଏବଂ ମୋବାଇଲ ମିଳିବା ପରେ ପୋଲିସକୁ ଯାଂଚରେ ଆହୁରି ସୁବିଧା ହେବ ବୋଲି ଆଶା କରାଯାଉଛି । ମୋବାଇଲରେ ସେ କାହାକୁ ଫୋନ କରିଥିଲେ ସେ ତଥ୍ୟ ଖୁବ୍ ଶୀଘ୍ର ସଂଗ୍ରହ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ପୁଲିସ ନିକଟରେ ହୋଇଥିବା ଦିଲ୍ଲୀ ହିଂସାକାଣ଼୍ଡରେ ଏହି ପିସ୍ତଲ ବ୍ୟବହାର କରାଯାଇଛି କି ନାହିଁ ଜାଣିବାକୁ ଏହାକୁ ଫରେନ୍ସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି ।

ଏହାସହ ୨୪ ଲାଇଭ୍ କାର୍ଟିଜ୍ ସମେତ ତାହିରଙ୍କ ମୋବାଇଲକୁ ମଧ୍ୟ ଜବତ କରିଛି ପୁଲିସ୍ । ଜବତ କାର୍ଟିଜ ଗୁଡ଼ିକୁ ମଧ୍ୟ ପରୀକ୍ଷଣ ଲାଗି ଫରେନସିକ୍ ଲ୍ୟାବକୁ ପଠାଯାଇଛି। ସୂଚନାଯୋଗ୍ୟ, ନିକଟରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ଼୍ଡରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ଅଭିଯୋଗରେ ଗୁରୁବାର ହୁସେନଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ମାମଲାରେ ହୁସେନଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଦିଲ୍ଲୀ କୋର୍ଟ ଅନୁମତି ଦେଇଛନ୍ତି। ଏହା ପୂର୍ବରୁ କାର୍କାରଡୁମା କୋର୍ଟ ଅଭିଯୁକ୍ତ ବହିଷ୍କୃତ ଆପ୍ ନେତା ହୁସେନଙ୍କୁ ସମ୍ପୃକ୍ତ ମାମଲାରେ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ।

Leave A Reply

Your email address will not be published.