Latest Odisha News

୧୫୦ ଭାରତୀୟଙ୍କୁ ଅପହରଣ କଲେ ତାଲିବାନ !

କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ ତାଲିବାନ କିମ୍ବା ଭାରତ ସରକାରଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

ଅପହର୍ତାକାରୀମାନେ ଅପହରଣକାରୀଙ୍କୁ ତାର୍ଖିଲ ଅଂଚଳକୁ ନେଇ ଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ, ଆଫଗାନିସ୍ତାନରୁ ଏବେ ଭାରତୀୟଙ୍କୁ ଆଣିବା ପାଇଁ ସରକାର ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ଯଦି ଘଟଣାରେ ସତ୍ୟତା ଥାଏ ତାହାହେଲେ ଅଶାନ୍ତି ବଢ଼ିବାର ଆଶଙ୍କା ରହିଛି ।

Leave A Reply

Your email address will not be published.