ନୂଆଦିଲ୍ଲୀ:ଦୁଇ ଦିନ ପୂର୍ବରୁ ଜୟଶଙ୍କର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ଏବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଇରାନର NSA ଡକ୍ଟର ଅଲ୍ଲି ଆକବର ଅହମଦିୟାନଙ୍କ ସହ ଦୀର୍ଘ ସମୟ ଧରି ଫୋନ୍ ରେ ଆଲୋଚନା କରିଛନ୍ତି। ଏହି ସୂଚନା ଇରାନ ନିଜେ ଦେଇଛି।
ପାକିସ୍ତାନରେ ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଆଉ ଏକ ବଡ଼ କୂଟନୈତିକ ପଦକ୍ଷେପ ନେଇଛନ୍ତି। ଏପଟେ ଦୁଇ ପଡ଼ୋଶୀ ଦେଶ ସହିତ ଭାରତର ବଢ଼ୁଥିବା ଘନିଷ୍ଠତା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ଚାବାହାର ବନ୍ଦର ଏବଂ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର (INSTC) ଭଳି ରଣନୈତିକ ପ୍ରକଳ୍ପଗୁଡ଼ିକ ଏହି ବନ୍ଧୁତାର ନୂତନ ଇଞ୍ଜିନ ହେବାକୁ ଯାଉଛି।
Mr. Ajit Doval, National Security Advisor to the Prime Minister of #India, held a telephone conversation with Dr. Ali Akbar Ahmadian, Secretary of the Supreme National Security Council of the Islamic Republic of #Iran and representative of the Supreme Leader.
During the call,… pic.twitter.com/qrRYYHTT2H
— Iran in India (@Iran_in_India) May 18, 2025
ଇରାନର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଅଜିତ ଡୋଭାଲ ଏହି କ୍ଷେତ୍ରରେ ଇରାନର ସକାରାତ୍ମକ ଭୂମିକାକୁ ପ୍ରଶଂସା କରିଛନ୍ତି ଏବଂ ଚାବାହାର ବନ୍ଦର(Chabahar Port) ଏବଂ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର (INSTC) ବିକାଶରେ ସହଯୋଗ ବୃଦ୍ଧି ପାଇଁ ଭାରତର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଏବଂ ଇରାନ ମଧ୍ୟରେ ପୁରୁଣା ସମ୍ପର୍କକୁ ଉଲ୍ଲେଖ କରି, ଡକ୍ଟର ଅହମଦିୟାନ ପ୍ରତ୍ୟେକ ମୁହୂର୍ତ୍ତରେ ଭାରତ ସହିତ ଠିଆ ହେବାର ଆଶ୍ୱାସନା ଦେଇଥିଲେ। ଏହା ଏକ ସ୍ପଷ୍ଟ ବାର୍ତ୍ତା ଥିଲା ଯେ ଭାରତ-ଇରାନ ସମ୍ପର୍କ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଜିତ ଡୋଭାଲ ଇରାନର ସାହାଯ୍ୟ ଏବଂ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।
ଏହି ଅବସରରେ ଅଲି ଆକବର ଆଞ୍ଚଳିକ ଶାନ୍ତି ପାଇଁ ଦ୍ୱିପାକ୍ଷିକ ସହଯୋଗ ଏବଂ ରଣନୈତିକ ପ୍ରକଳ୍ପଗୁଡ଼ିକୁ ଅତ୍ୟାବଶ୍ୟକ ବୋଲି ବର୍ଣ୍ଣନା କରିଥିଲେ।
ଏହି ଆଲୋଚନା କାହିଁକି ସ୍ୱତନ୍ତ୍ର?
ରଣନୈତିକ ବ୍ୟାପାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହା ପାକିସ୍ତାନକୁ ଅଲଗା କରିବା ପାଇଁ ଭାରତର ବହୁସ୍ତରୀୟ ରଣନୀତିର ଏକ ଅଂଶ। ଆଫଗାନିସ୍ତାନରେ ତାଲିବାନ ସହିତ ପାକିସ୍ତାନର ସମ୍ପର୍କ ପୂର୍ବରୁ ବିଗିଡ଼ି ଯାଇଛି,ଏବଂ ଇରାନ ସହିତ ପାକିସ୍ତାନର ସମ୍ପର୍କରେ ମଧ୍ୟ ବିଶ୍ୱାସର ଅଭାବ ରହିଛି। ସୀମାପାର ଆତଙ୍କବାଦ ଏବଂ ସୁନ୍ନି-ସିଆ ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରହିଛି।
ଭାରତ ଏବେ ଏହି ଦୁଇ ଦେଶ ସହିତ ସମ୍ପର୍କକୁ ସୁଦୃଢ଼ କରି କେବଳ ଏହାର ରଣନୈତିକ ସହଭାଗୀତାକୁ ବୃଦ୍ଧି କରିନାହିଁ ବରଂ ପାକିସ୍ତାନର ପଶ୍ଚିମ ସୀମା ଉପରେ ଚାପ ମଧ୍ୟ ସୃଷ୍ଟି କରିଛି। ଚାବାହାର ବନ୍ଦର ଏବଂ INSTC ଭଳି ପ୍ରକଳ୍ପ ଭାରତକୁ ମଧ୍ୟ ଏସିଆ ଏବଂ ୟୁରୋପକୁ ପ୍ରବେଶ ପ୍ରଦାନ କରେ। ଏହାଦ୍ବାରା ପାକିସ୍ତାନର ପାରମ୍ପରିକ ରଣନୈତିକ ଗୁରୁତ୍ୱକୁ ହ୍ରାସ କରେ।
ଭାରତର ଗେମ ଚେଞ୍ଜର ହେଉଛି ଚାବାହାର ବନ୍ଦର
ଚାବାହାର ବନ୍ଦର ଭାରତ ପାଇଁ ଏକ ସମ୍ପତ୍ତିଠାରୁ କମ୍ ନୁହେଁ। ଏହା କେବଳ ଭାରତକୁ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହିତ ଯୋଡ଼ିବ ନାହିଁ ବରଂ ଆଞ୍ଚଳିକ ବାଣିଜ୍ୟକୁ ମଧ୍ୟ ବୃଦ୍ଧି କରିବ। ଡୋଭାଲ ଏହି ପ୍ରକଳ୍ପରେ ଇରାନର ସମର୍ଥନକୁ ପ୍ରଶଂସା କରିଥିଲେ ଏବଂ ଏହାର ଦ୍ରୁତ କାର୍ଯ୍ୟାନ୍ୱୟନ ବିଷୟରେ କହିଥିଲେ। ଏହି ବନ୍ଦର ଭାରତ ପାଇଁ ଏକ ରଣନୈତିକ କରିଡର, ଯାହା ବାଣିଜ୍ୟ ଏବଂ ସଂଯୋଗୀକରଣକୁ ନୂତନ ଦିଗ ଦେବ।
ସୂତ୍ର ଅନୁଯାୟୀ, ଭାରତ ଆଗାମୀ ଦିନରେ ଆଫଗାନିସ୍ତାନରେ ମାନବିକ ସହାୟତା ଏବଂ ଇରାନରେ ରଣନୈତିକ ନିବେଶକୁ ଆହୁରି ତ୍ୱରାନ୍ୱିତ କରିବ, ଯାହା ପାକିସ୍ତାନର ଭୂରାଜନୈତିକ ସ୍ଥିତିକୁ ଆହୁରି କ୍ଷତି ପହଞ୍ଚାଇବ। ଡୋଭାଲ ଏବଂ ଜୟଶଙ୍କରଙ୍କ ରଣନୀତି ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏବେ ଭାରତ ପ୍ରତିରକ୍ଷାମୂଳକ ନୁହେଁ ବରଂ ଆକ୍ରମଣାତ୍ମକ କୂଟନୀତି ପଥରେ ଆଗକୁ ବଢୁଛନ୍ତି ।
Comments are closed.