ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ କରୋନା ସଂକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏବେ ତମନ୍ନା ସମ୍ପୂର୍ଣ୍ଣ ରୂପେ କରୋନା ମୁକ୍ତ ହୋଇସାରିଛନ୍ତି।
ତେବେ କରୋନାକୁ ପରାସ୍ତ କରିବା ପରେ ତମନ୍ନା ଭାଟିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ୱାର୍କଆଉଟ୍ କରୁଥିବା ଭିଡିଓ ସେୟାର କରିଛନ୍ତି।
ଯାହା ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏଥିସହ ସେ ୱାର୍କଆଉଟ୍ କରିବାକୁ ପ୍ରଶଂସକମାନଙ୍କୁ ମଧ୍ୟ ବିଶେଷ ପରାମର୍ଶ ଦେଇଛନ୍ତି। ଅଭିନେତ୍ରୀ ଭିଡିଓର ପୋଷ୍ଟ କରି ଲେଖିଛନ୍ତି, ‘ମୋର ଶକ୍ତି ଫେରାଇବା ପାଇଁ ମୋତେ ପିଲାଙ୍କ ପରି ଧୀରେ ଧୀରେ ଗତି କରିବାକୁ ପଡ଼ିବ’।
ତମନ୍ନା ଭାଟିଆ ଏହି ପୋଷ୍ଟରେ ଆହୁରି ଲେଖିଛନ୍ତି, କରୋନାରୁ ସୁସ୍ଥ ହେବା ପରେ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, କିନ୍ତୁ ଆପଣଙ୍କ ଶରୀର ଯେତିକି ସହ୍ୟ କରିପାରିବ ସେତିକି ପରିଶ୍ରମ କରନ୍ତୁ। ତମନ୍ନା ଭାଟିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତାଙ୍କର ପ୍ରଶଂସକମାନେ ମଧ୍ୟ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଏହା ଉପରେ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।
Comments are closed.