Latest Odisha News

BREAKING NEWS

[ଭିଡ଼ିଓ] ପ୍ରଦୀପ କଂଗ୍ରେସ ଛାଡ଼ିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ: ତାରାପ୍ରସାଦ ବାହିନୀପତି

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । ତେବେ କଂଗ୍ରେସ ଦଳ ଛାଡ଼ିବା ପ୍ରସଙ୍ଗରେ ମତ ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି । ପ୍ରଦୀପ କଂଗ୍ରେସ ଛାଡ଼ିଲେ କଂଗ୍ରେସ ଦଳରେ କୌଣସି ପ୍ରଭାବ ପଡିବ ନାହିଁ । ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ତାରା ପ୍ରସାଦ କହିଛନ୍ତି ।

ପ୍ରଦୀପ ଯାହା ବି ପାଇଛନ୍ତି କଂଗ୍ରେସ ଦଳରୁ ହିଁ ପାଇଛନ୍ତି  । ସେ କଂଗ୍ରେସ ଦଳ ଛାଡିବା ଦ୍ବାରା ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ତାରା ବାହିନୀ ପତି କହିଛନ୍ତି । ସେ ଲୋକପ୍ରିୟ ନଥିଲେକି ଟାଣୁଆ ନେତା ନଥିଲେ । ଲୋକ ପ୍ରିୟ ଥିଲେ ୨ ଥର ହାରିଲେ କିପରି ବୋଲି ପ୍ରଶ୍ନ କରିଛନ୍ତି ତାରା  ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହୋଇ ଗୋଟାଏ ବିଧାୟକଙ୍କୁ ଜିତାଇପାରିଲେ ନାହିଁ । କଂଗ୍ରେସରେ ଥାଇ କଂଗ୍ରେସ ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥୁଲେ ।  ସେ ଦଳ ଛାଡିବାପରେ କଂଗ୍ରେସ ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି .

Leave A Reply

Your email address will not be published.