Latest Odisha News

BREAKING NEWS

ଟିକାକରଣ ଭିଆଇପି ସଂସ୍କୃତି ନିୟନ୍ତ୍ରଣାଧୀନ ହୋଇନାହିଁ : ମୋଦି

ଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୦୦ କୋଟି ଟିକାକରଣକୁ ନେଇ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିଛନ୍ତି। ଟିକାକରଣ କାର୍ଯ୍ୟକ୍ରମକୁ ଭିଆଇପି ନିୟନ୍ତ୍ରଣ କରାଇଦିଆଯାଇନାହିଁ ବୋଲି ମୋଦି ପ୍ରତିକ୍ରିୟା ରଖିଛନ୍ତି । ଏହା ଏକ ସଂଖ୍ୟା ନୁହେଁ ବରଂ ଦେଶର ଦକ୍ଷତା ଓ ସାମର୍ଥ୍ୟର ପ୍ରତିଫଳନ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଏନେଇ ସମାଲୋଚୋକମାନଙ୍କ ମୁହଁରେ ଶଦ୍ଧ ନାହିଁ ବୋଲି ମୋଦି କହିଛନ୍ତି। ଆମ ଦେଶ ନୂତନ ଅଧ୍ୟାୟ ସୃଷ୍ଟି କରିଛି।

ଭୂତାଣୁ ବିରୋଧରେ ପ୍ରାରମ୍ଭିକ ଅଭିଯାନ କଥା ସ୍ମରଣ କରି ସେ କହିଲେ ,୧୩୦ କୋଟି ଜନତାଙ୍କ ପ୍ରଚେଷ୍ଟା ବଳରେ କୋଭିଡ୍‌ ଦମନ ଅଭିଯାନରେ ଆମେ ଦେଶ ସଫଳ ହୋଇଛି। ଏହା ସେମାନଙ୍କ ସଫଳତା । ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି।

ସମଗ୍ର ବିଶ୍ୱର ଦେଶମାନେ ଆମକୁ ପ୍ରଶଂସା କରୁଥିବା ବେଳେ ଅଧିକାଂଶ ଦେଶ ଜାଣିପାରିବେ ନାହିଁ,କେତେ କଷ୍ଟରେ ଆମେ ଏହି ଅଭିଯାନ ଆରମ୍ଭ କରିଥିଲୁ । ସେତେବେଳେ ଅନେକ ସନ୍ଦେହ ହୋଇଥିଲା । ଆମେ ଟିକା କ୍ରୟ କରିପାରିବୁ କି ନାହିଁ ।  ମହାମାରୀକୁ ପରାହତ କରିବାକୁ ଆମେ ଯଥା ଶୀଘ୍ର ଟିକା ଦେବାକୁ ସମର୍ଥ ହେବୁ କି ।  ଆଜିର ଏ ସମୟ ସେସବୁ ସନ୍ଦେହ ମୋଚନ କରିଛି ।ଏହା ଆମା ଭାରତୀୟ ମାନଙ୍କ ପାଇଁ ଏଡ ସଫଳତା କହିଲେ ଅତ୍ୱିକ୍ତି ହେବନାହିଁ । କରୋନା ପରି ଏକ ଭୟଙ୍କର ସ୍ଥିତିରେ ଦେଶବାସୀଙ୍କ ଧୈର୍ଯ୍ୟକୁ  ପ୍ରଶଂସା କରିଛନ୍ତି ମୋଦି ।

Leave A Reply

Your email address will not be published.