Latest Odisha News

BREAKING NEWS

ବିଜେପିକୁ ଲାଗିଛି ରାହୁଲ ଭୂତ !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ ଲଗାତର ଟାର୍ଗେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମୋଦି ଆଦାନୀ ସମ୍ପର୍କକୁ ନେଇ ରାହୁଲ ଲଗାତର ବିଜେପିକୁ ଟାର୍ଗେଟ କରୁଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ରାହୁଲଙ୍କ ଉପରେ ବର୍ଷିଛନ୍ତି।

ଆଦାନୀ ପ୍ରସଙ୍ଗରେ ମୋଦିଙ୍କ ଉପରେ ରାହୁଲଙ୍କ ମନ୍ତବ୍ୟକୁ ଭିତ୍ତିହୀନ ଵୋଲି କହିବା ସହ ଆଦାନୀଙ୍କୁ ବେଆଇନ ଭାବେ ସହଯୋଗ ଦିଆଯିବା କଥା ସତ୍ୟ ନୁହେଁ ବୋଲି କହିଛନ୍ତି ନିର୍ମଳା। ମୋଦିଙ୍କ ବିରୋଧରେ ବାରମ୍ବାର ଭିତ୍ତିଭୂମି ଅଭିଯୋଗ କରିବା ତାଙ୍କର ଅଭ୍ୟାସ ବୋଲି ସେ କହିଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ରାହୁଲ ଏହା କରୁଥିଲେ ଓ ପୁଣି ଏହା କରୁଛନ୍ତି ବୋଲି ନିର୍ମଳା କହିଛନ୍ତି। ରାଜସ୍ଥାନରେ ସୌର ପ୍ରକଳ୍ପ ଏବଂ କେରଳରେ ଭାଇହିନଜାମ ବନ୍ଦର ପ୍ରକଳ୍ପ କଂଗ୍ରେସ ସରକାର ସମୟରେ ଆଦାନୀ ସହ ଏଗ୍ରିମେଣ୍ଟ କରାଯାଇଛି ବୋଲି କହିଛନ୍ତି ସୀତାରମଣ। ଏ ସବୁ ପ୍ରକଳ୍ପ ବାତିଲ କରିବାକୁ ରାହୁଲ କାହିଁକି ଦାବି କରୁ ନାହାଁନ୍ତି ବୋଲି କହିଛନ୍ତି ନିର୍ମଳା।

ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟ ପଦ ରଦ୍ଦ ପରେ ତାଙ୍କ ସପକ୍ଷରେ ସୃଷ୍ଟି ହୋଇଥିବା ଜନମତ ଯୋଗୁ ବିଜେପି ବ୍ୟସ୍ତ ହୋଇପଡିଥିବା କୁହାଯାଉଛି। ତେଣୁ ରାହୁଲଙ୍କୁ ବିଭିନ୍ନ ବାଟରେ ପ୍ରତିହତ କରିବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି। ବିଜେପିର ବରିଷ୍ଠ ନେତାମାନେ ଏହି ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ଆଲୋଚନା ହେଉଛି। କର୍ଣ୍ଣାଟକ ନିର୍ବାଚନରେ ରାହୁଲ ଓ କଂଗ୍ରେସ ସପକ୍ଷରେ ବଢୁଥିବା ଲୋକପ୍ରିୟତାରେ ରୋକ ଲଗାଇବା ପାଇଁ ଏ ସବୁ ଉଦ୍ୟମ ହେଉଥିବା କୁହାଯାଉଛି।

ଏପରିକି ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ହୋଇଥିବା ଦୁଇ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ଘରୋଇ ମହିଳାଙ୍କୁ ମାସିକ ଦୁଇ ହଜାର ଟଙ୍କା, ବିପିଏଲ ପରିବାରକୁ ମାସିକ ୧୦ କିଲୋ ଚାଉଳ ଓ ବେରୋଜଗାର ଭତା ମାସିକ ଦେଢ଼ ହଜାରରୁ ତିନି ହଜାର ଟଙ୍କା ଦେବା ଆଦୌ ସମ୍ଭବ ନୁହେଁ। କଂଗ୍ରେସର ଏହା ମିଛ ପ୍ରତିଶୃତି ବୋଲି କହିଛନ୍ତି ନିର୍ମଳା। ଯାହାକୁ ନେଇ ଏବେ ରାଜନୀତି ତୀବ୍ର ହୋଇଥିବା ବେଳେ ନିର୍ମଳାଙ୍କ ଏହି ଆଟାକ ରାହୁଲଙ୍କ ଉପରେ କଣ ପ୍ରଭାବ ପକାଇବ ତା ଉପରେ ନଜର।

Comments are closed.