Latest Odisha News

ରିଲିଜ୍ ହେଲା ‘ଦ ତାସକେଣ୍ଟ୍ ଫାଇଲ୍ସ’ ଟ୍ରେଲର୍, ଏବେବି ରହସ୍ୟ ଘେରରେ ଶାସ୍ତ୍ରୀଙ୍କ ମୃତ୍ୟୁ…

ମୁମ୍ବାଇ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟୀ ମୃତ୍ୟୁ ଉପରେ ଆଧାରିତ ଫିଲ୍ମ ‘ଦ ତାସକେଣ୍ଟ ଫାଇଲ୍ସ’ର ଟ୍ରେଲର ନିକଟରେ ରିଲିଜ ହୋଇଛି ।

ତାସକେଣ୍ଟ ଫାଇଲ ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ କାହିଁକି ହୋଇଛି । ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇବା ଲାଗି ଏକ ଟିମ୍ ପ୍ରୟାସ କରୁଥିବା ଟ୍ରେଲରରେ ଦେଖିବାକୁ ମିଳିଛି ।

ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ତାସକେଣ୍ଟ’ ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଥିବାବେଳେ ଏଥିରେ ନସିଋଦିନ ଶାହ, ପଲ୍ଲବୀ ଯୋଶୀ, ପଙ୍କଜ ତ୍ରୀପାଠି, ମିଥୁନ ଚକ୍ରବର୍ତ୍ତି, ଶ୍ୱେତା ବାସୁ ପ୍ରସାଦ ଓ ମନ୍ଦିରା ବେଦୀ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି ।

ଏହି ରହସ୍ୟଧର୍ମୀ ଫିଲ୍ମଟି ଏପ୍ରିଲ୍ ୧୨ ତାରିଖରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.