Latest Odisha News

BREAKING NEWS

ଗ୍ରାମାଞ୍ଚଳର ମହିଳାମାନଙ୍କୁ ଟାଟା ଷ୍ଟିଲ ବିଏସଏଲ୍ ପକ୍ଷରୁ ଛତୁଚାଷ ତାଲିମ ପ୍ରଦାନ

କଳମଙ୍ଗା: ସୁନ୍ଦରଗଡ ଜିଲ୍ଲାର କୋଇରା ବ୍ଲକ ଅନ୍ତର୍ଗତ କଳମଙ୍ଗା ଗାଁରେ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଛତୁ ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଛି ।

ଗାଁର ମହିଳାମାନଙ୍କୁ ଉଦ୍ୟୋଗୀ ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ କଲମାଙ୍ଗରେ ଥିବା ଟାଟା ଷ୍ଟିଲ ବିଏସଏଲର ସିଏସଆର ଶାଖା ଗ୍ରାମବାସୀଙ୍କ ପାଇଁ ଏହି ତାଲିମ ଦେବା ସହ ଆବଶ୍ୟକ ସୁବିଧା ସୁଯେୀଗ ଯୋଗାଇ ଦେଇଛି।

ଗାଁର ମାଆ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ତାଲିମ ଗ୍ରହଣ କରିଥିଲେ । ଛତୁ ଚାଷ ପାଇଁ ଆବଶ୍ୟକ ଉପକରଣ ମଧ୍ୟ କମ୍ପାନି ପକ୍ଷରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି ।

ମହିଳାମାନେ ଛତୁ ଚାଷ ଶିଖି ଭଲ ଆୟ କରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.