Latest Odisha News

ସମାଜବାଦୀ ପାର୍ଟି ନେତା ରାଜୀବ ରାୟଙ୍କ ଘରେ ଆୟକର ବିଭାଗର ରେଡ୍

ଉତ୍ତରପ୍ରଦେଶ : ନିର୍ବାଚନ ପୂର୍ବରୁ ରେଡ୍ । ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ରେଡ୍ କରିଛି ଆୟକର ବିଭାଗ । ଉତ୍ତରପ୍ରଦେଶ ମାଉ ଜିଲ୍ଲାରେ ଥିବା ରାଜୀବଙ୍କ ବାସଭବନରେ ଏହି ରେଡ୍ ହୋଇଛି । ରାଜୀବ ହେଉଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହଯୋଗୀ । ଏହାସହ ମଇନପୁରୀରେ ଥିବା ଅନ୍ୟ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ଘରେ ମଧ୍ୟ ଆଇଟି ରେଡ୍ କରିଛି । କର୍ଣ୍ଣାଟକରେ ରାଜୀବଙ୍କ କେତେକ ଶିକ୍ଷା ପ୍ରତିଷ୍ଠାନ ରହିଛି ।

ତେବେ ତାଙ୍କର କୌଣସି କଳା ଧନ ନାହିଁ କିମ୍ବା ଅପରାଧିକ ପୃଷ୍ଠଭୂମି ନାହିଁ ବୋଲି କହିଛନ୍ତି ରାଜୀବ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ରେଡ୍ କରାଯାଇଥିବା ସେ କହିଛନ୍ତି । ଗତ ୨୦୧୪ରେ ରାଜୀବ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ସେ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଥିବା ସହ ପାର୍ଟିର ମୁଖପାତ୍ର ଅଛନ୍ତି । ୨୦୧୨ରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଆସିବା ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେପଟେ ଅଖିଳେଶଙ୍କ ଅନ୍ୟତମ ସହଯୋଗୀ ତଥା ଯାଦବ ପରିବାରର ସମ୍ପର୍କୀୟ ମନୋଜ ଯାଦବଙ୍କ ଘରେ ମଧ୍ୟ ଆଇଟି ରେଡ୍ ହୋଇଛି ।

Leave A Reply

Your email address will not be published.