Latest Odisha News

BREAKING NEWS

ସ୍ମାର୍ଟ ସିଟି ଭୁବନେଶ୍ବରରେ ପୁଣି ଗଡ଼ିବ ‘ମୋ ସାଇକେଲ୍’

ଭୁବନେଶ୍ବର : ସ୍ମାର୍ଟସିଟି ଭୁବନେଶ୍ବରରେ ପୁଣି ଗଡ଼ିବ ‘ମୋ ସାଇକେଲ୍’ । ଏଥିପାଇଁ ସ୍ମାର୍ଟସିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି । ସ୍ମାର୍ଟସିଟି ସିଇଓ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ୨ ହଜାର ସାଇକେଲର ପରିଚାଳନା ଦାୟିତ୍ବ ୩ଟି କମ୍ପାନୀକୁ ଦିଆଯାଇଥିଲା ।

BjdElectrycity

ସର୍ବାଧିକ ୧ ହଜାର ମୋ ସାଇକେଲର ଦାୟିତ୍ବ ନେଇଥିବା ହେକ୍ସି କମ୍ପାନୀ ଏଥିରେ ଅବହେଳା ପ୍ରଦର୍ଶନ କରିଥିଲା । ଅବହେଳା ପାଇଁ ହେକ୍ସି କମ୍ପାନି ବିରୋଧରେ ଥାନାରେ ଏତଲା ମଧ୍ୟ ହୋଇଛି । ଏଥିପାଇଁ ଚଳିତଥର ହେକ୍ସି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ । ଏବେ ମୋ ସାଇକେଲ ପରିଚାଳନା ଦାୟିତ୍ବ ୟାନା କମ୍ପାନୀକୁ ଦିଆଯାଇଛି । ୟାନା କମ୍ପାନୀ ୧୫୦୦ ମୋ ସାଇକେଲର ପରିଚାଳନା ଦାୟିତ୍ବରେ ଥିବାବେଳେ, ଅବଶିଷ୍ଟ ୫୦୦ ମୋ ସାଇକେଲର ଦାୟିତ୍ବ ୟୁଲୁ କମ୍ପାନି ତୁଲାଇବ ।

Leave A Reply

Your email address will not be published.