Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ଦୁର୍ନୀତି: ପୁଣି ନ୍ୟାୟିକ ହେପାଜତକୁ ଗଲେ ପାର୍ଥ ଏବଂ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଦୁର୍ନୀତି କରିଥିବା ଅଭିଯୋଗରେ ଜେରାର ସାମ୍ନା କରୁଛନ୍ତି। ଆଜି କୋର୍ଟ ଉଭୟଙ୍କ ନ୍ୟାୟିକ ହେପାଜତ ବା ବିଚାରବିଭାଦୀୟ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି। ଆଜି ଶିକ୍ଷକ ନିଯୁକ୍ତି ସ୍କାମରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଆଜି ଉଭୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ଶେଷ ହେବା ପରେ ହାଜର କରାଯାଇଥିଲା। ପରେ କୋର୍ଟ ପୁନର୍ବାର ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି।

ପଶ୍ଚିମବଙ୍ଗର ଏସଏସସି ବା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ବେଙ୍ଗଲର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ଏହାପୂର୍ବରୁ ଅଗଷ୍ଟ ୫ରେ ଶିକ୍ଷକ ଦୁର୍ନୀତିରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ପଶ୍ଚିମବଙ୍ଗର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ନିଯୁକ୍ତି ସ୍କାମରେ ଗିରଫ କରାଯାଇ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ବର୍ତ୍ତମାନ କୋର୍ଟ ତାଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଅର୍ପିତା ଇଡି ପଚରାଉଚୁରାରେ ଅନେକ ରହସ୍ୟ ପ୍ରଘଟ କରିଥିବା ସୂଚନା ରହିଛି। ଉଭୟଙ୍କୁ ଜେରା ବେଳେ ବୟାନ ରେକର୍ଡ କରାଯାଇଥିଲା। ଯେଉଁ ପଇସା ଇଡି ଜବତ କରିଛି ତାହା ପାର୍ଥ ଚାଟାର୍ଜୀଙ୍କର । ସେ ରୁମରେ ପଇସା ଲକ ହୋଇଥିବାରୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଉନଥିଲା ବୋଲି କହିଥିବା ସୂଚନା ରହିଛି।

Leave A Reply

Your email address will not be published.