ଭୁବନେଶ୍ୱର: ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ବସ୍ତି। ଆଜି ଓ କାଲି କମ୍ ରହିବ ଖରା ପ୍ରକୋପ। ଆସନ୍ତା ତିନି ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଏହାପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ। କିନ୍ତୁ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ଆସନ୍ତା ୮ରୁ ପୁଣି ବଢ଼ିବ ତାପାମତ୍ରା। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୨ ଦିନ ପରେ ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା। ଏହାସହ ୨ ଦିନ ପରେ ବଦଳିବ ପବନର ବେଗ, ସବୁଠି ବଢ଼ିବ ତାତି। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ସେଲସିୟସ ଯାଏଁ ବଢିବ ତାତି। ଉପକୂଳ ଓଡ଼ିଶାରେ ସ୍ବାଭାବିକଠୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ତାପମାତ୍ରା ରହିବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଗତକାଲି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହା ରାଜ୍ୟର ସବୁଠୁ ତତଲା ସହର ପାଲଟିଛି। ମଙ୍ଗଳବାର ଏଠାରେ ତାତି ୩୮.୫ ଡିଗ୍ରୀ ଥିବାବେଳେ ବୁଧବାର ସାମାନ୍ୟ ବଢ଼ିଥିଲା। ମାଲକାନଗିରିରେ ୩୮.୪ ଡିଗ୍ରୀ ଥିବାବେଳେ ୩୭.୫ ଡିଗ୍ରୀ ରହିଥିଲା। ଅନୁଗୁଳରେ ୩୭.୯ ଡିଗ୍ରୀ ଥିବାବେଳେ ଆଜି ୩୭.୧ ଡିଗ୍ରୀକୁ ଖସିଥିଲା। ପାରଳାଖେମୁଣ୍ଡିରେ ୩୭.୮ରୁ ୩୬.୬, ଭୁବନେଶ୍ୱରରେ ୩୬.୪ରୁ ୩୫ ଡିଗ୍ରୀକୁ ଖସିଛି।
Comments are closed.