Latest Odisha News

BREAKING NEWS

ଦୁଇଥର ଫେଲ୍ ହୋଇ ମଧ୍ଯ ରାଜୀବ ଗାନ୍ଧୀ କିଭଳି ବନିଲେ ପ୍ରଧାନମନ୍ତ୍ରୀ; ମଣିଶଙ୍କରଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ବିବାଦୀୟ ବୟାନ ଯୋଗୁ ପୁଣି ଥରେ ଦଳକୁ ଅପ୍ରିତିକର ସ୍ଥିତିରେ ପକାଇଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ରାଜୀବ ଗାନ୍ଧୀ ଦୁଇଥର ଫେଲ ହେବା ପରେ ମଧ୍ଯ କିପରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ଅମିତ ମାଲବିୟ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ ରାଜୀବ ଗାନ୍ଧୀ କେମ୍ବ୍ରିଜ ବିଶ୍ ବିଦ୍ୟାଳୟରେ ଫେଲ ହୋଇଥିଲେ। ଯେଉଁଠାରେ ପାସ୍ କରିବା ଅତ୍ୟନ୍ତ ସହଜ ଅଟେ। ତେବେ ଏହା ପରେ ସେ ଇମ୍ପେରିଆଲ କଲେଜ ଲଣ୍ଡନରେ ପାଠ ପଢିଥିଲେ କିନ୍ତୁ ସେଠାରେ ମଧ୍ୟ ସେ ଫେଲ ହୋଇଥିଲେ। ତେବେ ଶିକ୍ଷାଗତ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କୁ କିପରି ପ୍ରଧାନମନ୍ତ୍ରୀ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ମଣିଶଙ୍କର ଆୟାରଙ୍କ ଏହି ବୟାନ ଉପରେ କଂଗ୍ରେସ ତୁରନ୍ତ ପ୍ରତିକ୍ରିୟା ରଖି ଏହାକୁ ଭିତ୍ତିହୀନ ଏବଂ ଅପ୍ରାସଙ୍ଗିକ ବୋଲି କହିଛି। ସେହିପରି କଂଗ୍ରେସ ନେତା ଅଜୟ ସିଂହ ଯାଦବ କହିଛନ୍ତି, “ମଣିଶଙ୍କର ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନାହାନ୍ତି ଓ ତାଙ୍କର କୌଣସି ମହତ୍ତ୍ବ ମଧ୍ୟ ନାହିଁ। ଫଲରେ ତାଙ୍କୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଏହା ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ ତାଙ୍କର ବିବାଦୀୟ ବୟାନ ପାଇଁ ଦଳକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି।

 

Comments are closed.