ଭୁବନେଶ୍ଵର: ଆକାଶରୁ ବର୍ଷୁଛି ନିଆଁ । ରାଜ୍ୟରେ ୪୨ ଛୁଇଁଲା ତାତି । ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ସେହିପରି ସାଢ଼େ ୨ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧.୮ ଡିଗ୍ରୀ, ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରୀ, ଭୁବନେଶ୍ଵରରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ ଏବଂ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ଛୁଇଁଛି ।
ଆସନ୍ତାକାଲି ଯାଏ ତାତିରୁ ତ୍ରାହି ନାହିଁ । ୧୬ ତାରିଖ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଟପିପାରେ। ଆଜି ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ବା ପ୍ରବଳ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବା ବେଳେ, ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରାଯାଇଛି।
ଆଇଏମଡି ପକ୍ଷରୁ ଆଗାମୀ ୫ ଦିନ ପାଇଁ ହିଟଓ୍ବେଭ୍ ନେଇ ସତର୍କ ଜାରି ହୋଇଥିବା ବେଳେ ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ୯ ଜିଲ୍ଲାକୁ, କେନ୍ଦୁଝର, ବରଗଡ, ବାଲେଶ୍ବର, ଗଜପତି, ସବୁର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ ଓ କଳାହାଣ୍ଡି ଏବଂ ଭଦ୍ରକକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆସନ୍ତା ୧୮ ତାରିଖ ଯାଏଁ ଆଭ୍ୟନ୍ତରୀଣ ବିଶେଷ କରି ଉପକୂଳ ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବହା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି ।
ତେବେ ଗତ କାଲି ଅପେକ୍ଷା ଆଜି ଟିକେ କମ ଅଛି ତାପମାତ୍ରା। ଗତକାଲି ତ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା। ସେହିପରି ସାଢ଼େ ୨ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୪୧.୮ ଡିଗ୍ରୀ, ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରୀ, ଭୁବନେଶ୍ଵରରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ ଏବଂ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ଛୁଇଁଥିଲା । ଆଉ ୪୦ ଡିଗ୍ରୀ ଉପରେ ଥିଲା ୧୩ ସହର।
Comments are closed.